ETV Bharat / state

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ମୃତ, ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା ଜିଲ୍ଲାର ଗୋବରଗାଡ଼ିଆ ଠାରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଦୁଇ ଛାତ୍ର ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 31, 2021, 3:56 PM IST

Updated : Mar 31, 2021, 5:02 PM IST

ନଦୀରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ନିଖୋଜ
ନଦୀରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ନିଖୋଜ

କେନ୍ଦ୍ରାପଡ଼ା : ଜିଲ୍ଲାର ଗୋବରଗାଡ଼ିଆ ଠାରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଦୁଇ ଛାତ୍ର ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ଦାସ । ନବମ ଶ୍ରେଣୀ ଛାତ୍ର ସ୍ମୃତି ରଞ୍ଜନ ଦାସଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ରାହ୍ମଣୀ ନଦୀରେ ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣକର ମୃତ୍ୟୁ

ଉଭୟ ଦୋଳ ପୂର୍ଣ୍ଣିମା ଘଟ ବିସର୍ଜନ କରି ସାରି ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିବାବେଳେ ଅଘଟଣ ଘଟିଥିବା ଜଣାପଡିଛି । ଏହି ଦୁଇ ଜଣ ନିଜ ଅଜାଣତରେ ଗଭୀର ପାଣିକୁ ଚାଲି ଯାଇଥିଲେ । ତେବେ ସୌମ୍ୟ ରଞ୍ଜନ ଓ ସ୍ମୃତି ରଞ୍ଜନଙ୍କୁ ଗଭୀର ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ତାଙ୍କର ଦୁଇ ବନ୍ଧୁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 31, 2021, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.