କେନ୍ଦ୍ରାପଡା: ସମୁଦ୍ର ମଧ୍ୟରେ ଖଣ୍ଡଯୁଦ୍ଧ । ମାଛ ମାରିବାକୁ ଯାଇଥିବା ବେଳେ ମତ୍ସଜୀବୀଙ୍କ ମଧ୍ୟରେ ହଣାକଟା । ମଝି ସମୁଦ୍ରରେ ଏପରି ପରିସ୍ଥିତି ସୃଷ୍ଟି ହେବା ପରେ ଉଦ୍ଧାର କଲା ମେରାଇନ ପୋଲିସ । ୨ଜଣ ମତ୍ସ୍ୟଜୀବୀ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ମତ୍ସଜୀବୀଙ୍କୁ ମରଣାନ୍ତଙ୍କ ଆକ୍ରମଣକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଆକ୍ରମଣ କରିଥିବା ମତ୍ସ୍ୟଜୀବୀ ହେଉଛନ୍ତି ଖରିନାସି ଗାଁର ବାବୁରାମ ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିଲେ । ଏହି ଦଳରେ ଖରିନାସି ଗାଁର ବାବୁରାମ ଦାସ ନାମକ ଜଣେ ମତ୍ସ୍ୟଜୀବୀ ପ୍ରଥମଥର ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ପ୍ରଥମ ଦିନରୁ ହିଁ ଘରକୁ ଫେରିବାକୁ ଚାହୁଁଥିଲେ । ତେବେ ମଝି ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ଏହି ଦଳର ଅନ୍ୟ ସାତଜଣ ତାଙ୍କୁ କୌଣସି ପ୍ରକାର ବୁଝାଇ ସୁଝାଇ ଶୁକ୍ରବାର ସକାଳେ ମାଦଳା ଦ୍ବୀପ ଠାରୁ ଏକ ଘଣ୍ଟା ଦୂର ମଝି ସମୁଦ୍ରରେ ଲଙ୍ଗର ପକାଇ ରହିଥିବା ବେଳେ ବାବୁରାମ ଅନ୍ୟ ଜଣେ ମତ୍ସ୍ୟଜୀବୀ ଭୀମା ଦାସଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ପାରାଦ୍ୱୀପ ବନ୍ଦରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ଫଳରେ ଡଙ୍ଗା ମଧ୍ୟରେ ମତ୍ସ୍ୟଜୀବୀ ଜଣଙ୍କ ଛଟପଟ ହେଉଥିବା ସମୟରେ ଅନ୍ୟ ଜଣେ ମତ୍ସ୍ୟଜୀବୀ ବାପି ମଣ୍ଡଳଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ କରିଥିଲେ ବହାବୁରାମ । ଫଳରେ ବାପି ମଧ୍ୟ ଆହତ ହୋଇଥିଲେ । ଏହି ସମୟରେ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଜମ୍ବୁ ମେରାଇନ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗୁରୁତରଙ୍କୁ ଉଦ୍ଧାର କରିଥିଲା ବେଳେ ଅଭିଯୁକ୍ତ ବାବୁରାମକୁ କାବୁ କରି ନେଇଥିଲେ । ପରେ ସ୍ଥାନୀୟ ଲୋକେ ଉଭୟ ବାପି ଓ ଭିମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେରାଇନ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା