ETV Bharat / state

ବାଲିଯାତ୍ରା ଦେଖି ଫେରୁଥିବାବେଳେ ଅଘଟଣ, ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ - ସଡ଼କ ଦୁର୍ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା ଜୟଚନ୍ଦ୍ରପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

two died in road accident in kendrapara
ପୁଣି ଜୀବନ ନେଲା ୫୩ ନମ୍ବର ଜାତୀୟ ରାଜପଥ, ଅଜଣା ଗାଡ଼ି ଧକ୍କାରେ 2 ମୃତ
author img

By

Published : Nov 12, 2022, 11:10 AM IST

Updated : Nov 12, 2022, 12:04 PM IST

କେନ୍ଦ୍ରାପଡ଼ା: ପୁଣି ଜୀବନ ନେଲା ୫୩ ନମ୍ବର ଜାତୀୟ ରାଜପଥ । ଗତ ଏକମାସ ମଧ୍ୟରେ ଏହି ରାଜପଥରେ ଅତି କମରେ ୨୦ ଥର ଛୋଟମୋଟ ଦୁର୍ଘଟଣା ଘଟି ପ୍ରାୟ 10ଜଣଙ୍କ ଜୀବନ ହାନି ଘଟିଥିବାବେଳେ, ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ମୃତ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ହୋଇଥିବା ଜଣାପଡ଼ଛି ।

ବାଲିଯାତ୍ରା ଦେଖି ଫେରୁଥିବାବେଳେ ଅଘଟଣ

ସୂଚନା ଅନୁଯାୟୀ, କରଞ୍ଜ ଗ୍ରାମର ଦୁଇ ଯୁବକ ମହେନ୍ଦ୍ର ଶତପଥୀ ଓ ଚତୁର୍ଭୁଜ ଦାଶ ପାରାଦ୍ୱୀପରୁ ଏକ ଟିଭିଏସ ଆପାଚେ ଗାଡ଼ିରେ ଘରକୁ ଫେରୁଥିଲେ । ସ୍ଥାନୀୟ ଜୟଚନ୍ଦ୍ରପୁର ଛକ ଠାରୁ ମାତ୍ର ଅଳ୍ପ ମିଟର ଦୂରରେ କୌଣସି ଏକ ଅଜଣା ଗାଡି ସହ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଦୁର୍ଘଟଣା ସମ୍ପର୍କିତ ଖବର ପାଇବା ପରେ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମହାନଦୀ ମୁହାଣରେ ଭାସିଲା ଯାତ୍ରୀବାହୀ ଡଙ୍ଗା, 15 ଯାତ୍ରୀ ଉଦ୍ଧାର

ତେବେ ପୋଲିସ ସୂଚନା ଅନୁଯାୟୀ, "ଦୁଇଜଣ ଯୁବକ ପାରାଦ୍ୱୀପ ବାଲିଯାତ୍ରା ଦେଖି ଫେରୁଥିବାବେଳେ, କୌଣସି ଏକ ଗାଡି ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି ।" ଏହି ଘଟଣା ନେଇ ମାର୍ଶାଘାଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Nov 12, 2022, 12:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.