ETV Bharat / state

ଦୁର୍ଘଟଣା ପରେ ଟ୍ରକ ଭିତରେ ଫସିରହିଲା ଡ୍ରାଇଭର - kendrapara

କେନ୍ଦ୍ରାପଡାର ଗୋପଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ପୁଣି ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ ପିଟିବା ଫଳରେ ଘଟଣାସ୍ଥଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଫସି ରହିଥିଲା ଡ୍ରାଇଭର ।

author img

By

Published : Jun 22, 2019, 11:12 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ରାଜପଥରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା । ଆଜି ସକାଳେ ହୋଇଥିବା ଦୁର୍ଘଟଣାରେ ମାଆ ଓ ନବଜାତକ ମୃତ୍ୟୁବରଣ କରିଥିବା ଘଟଣା ମନରୁ ନଯାଉଣୁ ଅପରାହ୍ନରେ ଗୋପଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ପୁଣି ଘଟିଛି ଦୁର୍ଘଟଣା। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ ପିଟିବା ଫଳରେ ଘଟଣାସ୍ଥଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଫସି ରହିଥିଲା ଡ୍ରାଇଭର । ଡ୍ରାଇଭର ଜଣଙ୍କ ଢେଙ୍କାନାଳ ଜିଲ୍ଲା ଛୋଟତେନ୍ତୁଳି ଗାଁର କାଶୀନାଥ ମହାନ୍ତ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ, ସ୍ଥାନୀୟ ଯୁବକ ଓ ପୋଲିସ ସହାୟତା ଫଳରେ ଫସି ରହିଥିବା ଟ୍ରକ ଡ୍ରାଇଭରକୁ ଜେସିବି ସାହାଯ୍ୟରେ ଟଣାଯାଇ ଗ୍ୟାସ କଟରରେ କଟାଯିବା ପରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଏକ ଟ୍ରକ ଖରାପ ହୋଇ ରାସ୍ତାକଡ଼ରେ ଛିଡା ହୋଇଥିଲା। ଆଜି ଅପରାହ୍ନରେ ଯୋଡ଼ାରୁ ଲୁହାପଥର ଧରି ଆସୁଥିବା ଗାଡି ନମ୍ବର (OR05AJ-2451) ଟ୍ରକଟି ପଛପଟୁ ଧକ୍କା ଦେଇଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.06.2019
Radhakanta Mohanty,Kendrapada
Slug-od_kpr_truck accident_script_7204459
Anchor-କେନ୍ଦ୍ରାପଡ଼ା ରାଜପଥରେ ପୁଣି ଏକ ଦୁର୍ଘଟଣା।ଆଜି ସକାଳେ ହୋଇଥିବା ଦୁର୍ଘଟଣାରେ ମା ଓ ନବଜାତକ ମୃତ୍ୟୁବରଣ କରିଥିବା ମନରୁ ନଯାଉଣୁ ଅପରାହ୍ନରେ ଗୋପଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛପଟୁ ଆଉ ଏକ ଟ୍ରକ ପିଟିବା ଫଳରେ ଘଟଣାସ୍ଥଳରେ ଦୀର୍ଘ ଦୁଇଘଣ୍ଟା ଧରି ଫସି ରହିଥିଲା ଡ୍ରାଇଭର।କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ, ସ୍ଥାନୀୟ ଯୁବକ,ପୋଲିସ ସହାୟତା ଫଳରେ ଗୁରୁତର ଡ୍ରାଇଭର ଫସି ରହିଥିବା ଟ୍ରକକୁ ଜେସିବି ସାହାଯ୍ୟରେ ଟଣାଯାଇ ଗ୍ୟାସ କଟରରେ କଟାଯିବା ପରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛି ଡ୍ରାଇଭର।ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଏକ ଟ୍ରକ ଖରାପ ହୋଇ ରାସ୍ତାକଡ଼ରେ ଛିଡା ହୋଇଥିଲା।ଆଜି ଅପରାହ୍ନରେ ଯୋଡ଼ାରୁ ଲୁହାପଥର ଧରି ଆସୁଥିବା(OR05AJ 2451)ଟ୍ରକଟି ପଛପଟୁ ଧକ୍କା ଦେଇଥିଲା।ଫଳରେ ଗାଡିଚାଳକ ଢେଙ୍କାନାଳ ଜିଲ୍ଲା ଛୋଟତେନ୍ତୁଳି ଗାଁର କାଶୀନାଥ ମହାନ୍ତ ଟ୍ରକଟିରେ ଦୀର୍ଘ ସମୟ ଧରି ଫସିରହିଥିଲେ।Body:VisualConclusion:Script

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.