ETV Bharat / state

ଡାକ୍ତର ନୁହେଁ ରୋଗ ଭଲ କରିବେ ଗୁଣିଆ, ଝଡାଫୁଙ୍କାରେ ଚାଲିଛି ଚିକିତ୍ସା - ଜଣେ ରୋଗୀ କୁ ସୁସ୍ଥ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ

ଗୁଣି ଗାରେଡ଼ିରେ ଚାଲିଛି ରୋଗୀ ଚିକିତ୍ସା । ଅଚେତ୍ ଅବସ୍ଥାରେ ପଡିଥିବା ଜଣେ ରୋଗୀକୁ ସୁସ୍ଥ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହେଉଛି ଗୁଣିଆ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 21, 2019, 7:19 PM IST

କେନ୍ଦ୍ରାପଡା: ଅନ୍ଧବିଶ୍ବାସର ଅନ୍ଧଗଳିରେ କେନ୍ଦ୍ରାପଡ଼ା। ଗୁଣି ଗାରେଡ଼ିରେ ଚାଲିଛି ରୋଗୀ ଚିକିତ୍ସା । ଅଚେତ୍ ଅବସ୍ଥାରେ ପଡିଥିବା ଜଣେ ନାବାଳକକୁ ସୁସ୍ଥ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହେଉଛି ଗୁଣିଆ । ଏମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସହର ଠାରୁ ମାତ୍ର ୧୦କିମି ପରିଧି ମଧ୍ୟରେ ଥିବା ଗୋଗୁଆ ଛକର ଗାଙ୍ଗପଡା ଗ୍ରାମରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଗାଁର ଟୁକୁନା ଜେନାଙ୍କ ୭ ବର୍ଷର ପୁଅକୁ ମନ୍ତୁରା ପାଣିରେ ଗୁଣିଆ ଝଡ଼ାଫୁଙ୍କା କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି। ମିଳିଥିବା ଖବର ଅନୁଯାୟୀ ପିଲାଟି ଆଜି ସକାଳୁ ହଠାତ ଅସୁସ୍ଥ ହୋଇ ପଡିଥିଲା। ପିଲାଟିକୁ ବାତ ମାରିବା ଆଶଙ୍କା କରି ପରିବାର ଲୋକେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ରୋଗୀକୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

କିନ୍ତୁ ପରିବାର ତାକୁ ଡାକ୍ତରଙ୍କ ପାଖକୁ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା ଆରମ୍ଭ କରି ଦେଇଥିଲେ । ଗତ 18 ଘଣ୍ଟା ଭିତରେ ଦୁଇ ଦୁଇ ଜଣ ଗୁଣିଆ ପିଲାଟିକୁ ଝଡାଫୁଙ୍କା କରିଥିବା ନେଇ ସୂଚନା ମିଳିଛି । ତେବେ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଯାଇଥିବା କୁହାଯାଉଥିବା ବେଳେ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଖବର ପ୍ରଚାର ହୋଇଯିବା ପରେ ସମ୍ପୃକ୍ତ ଗୁଣିଆ ଗାଁ ଛାଡି ପଳାଇଥିବା ଜଣlପଡିଛି । ଯଦି ରୋଗୀଟି ବଞ୍ଚି ରହିଥାଏ ତେବେ ତାର ଚିକିତ୍ସା ତୁରନ୍ତ କରିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କାହାର ଜୀବନ ସହ ଖେଳ ଖେଳିବା କେତେଦୂର ଯାଥାର୍ଥ ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:21.10.2019
Radhakanta Mohanty, Kendrapada
Slug-od_kpr_01_andhabiswas_script_7204459
Anchor-ଅନ୍ଧବିଶ୍ୱାସ ର ଅନ୍ଧଗଳିରେ କେନ୍ଦ୍ରାପଡ଼ା।ଗୁଣି ଗାରେଡ଼ି ରେ ଚାଲିଛି ରୋଗୀ ଚିକିତ୍ସା | ଅଚେତ୍ ଅବସ୍ଥାରେ ପଡିଥିବା ଜଣେ ରୋଗୀ କୁ ସୁସ୍ଥ କରିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରି ବିଫଳ ହେଉଛି ଗୁଣିଆ |କେନ୍ଦ୍ରାପଡ଼ା ସହର ଠାରୁ ମାତ୍ର ୧୦କିମି ପାରିଧି ମଧ୍ୟରେ ଥିବା ଗୋଗୁଆ ଛକର ଗାଙ୍ଗପଡା ଗ୍ରାମରେ ଦେଖିବା ପାଇଁ ମିଳିଛି ଏହି ଅଭାବନୀୟ ଘଟଣା | ଏହି ଗାଁ ର ଟୁକୁନା ଜେନାଙ୍କ ୭ ବର୍ଷର ପୁଅ ସୁମନ୍ତକୁ ମନ୍ତୁରା ପାଣି ରେ ଗୁଣିଆ ଝଡ଼ା ଫୁଙ୍କା କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି | ମିଳିଥିବା ଖବର ଅନୁଯାୟୀ ପିଲାଟି ଆଜି ସକାଳୁ ହଠାତ ଅସୁସ୍ଥ ହୋଇ ପଡିଥିଲା | ପିଲାଟିକୁ ବାତ ମାରିବା ଆଶଙ୍କା କରି ପରିବାର ଲୋକେ ତାକୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ | ସେଠାରୁ ରୋଗୀକୁ କଟକ ସ୍ଥାନାନ୍ତର କରାଯାଇଥିଲା | ତେବେ ପରିବାର ଲୋକେ ତାକୁ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା ଆରମ୍ଭ କରିଦେଇଥିଲେ | ଗତ 18 ଘଣ୍ଟା ଭିତରେ ଦୁଇ ଦୁଇ ଜଣ ଗୁଣିଆ ପିଲାଟିକୁ ଝଡା ଫୁଙ୍କା କରିଥିବା ନେଇ ସୂଚନା ମିଳିଛି | ତେବେ ଅସୁସ୍ଥ ବାଳକଟିର ମୃତ୍ୟୁ ହୋଇଯାଇଥିବା କୁହା ଯାଉଥିବା ବେଳେ ପରିବାର ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ | ତେବେ ଖବର ପ୍ରଚାର ହୋଇଯିବା ପରେ ସମ୍ପୃକ୍ତ ଗୁଣିଆ ଗାଁ ଛାଡି ପଳାଇଥିବା ଜଣl ପଡିଛି | ଯଦି ରୋଗୀ ଟି ବଞ୍ଚି ରହିଥାଏ ତେବେ ତାର ଚିକିତ୍ସା ତୁରନ୍ତ କରିବାର ଆବଶ୍ୟକତା ରହିଛି | ଅନ୍ୟପକ୍ଷରେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ କାହାର ଜୀବନ ସହ ଖେଳ ଖେଳିବା କେତେଦୂର ଯାଥାର୍ଥ ତାହା ଏବେ ଆଲୋଚନାର ବିଷୟ ପାଲଟିଛି |Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.