ETV Bharat / state

ଆଜି ପବିତ୍ର ମକର ସଂକ୍ରାନ୍ତି, ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Jan 14, 2021, 5:05 PM IST

ଆସ୍ଥା ଓ ଧର୍ମୀୟ ବିଶ୍ବାସର ଦିନ ପବିତ୍ର ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ରାଜ୍ୟରେ ଉତ୍ସବର ପରିବେଶ । ପରମ୍ପରା ଅନୁସାରେ, ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡାର ପ୍ରସିଦ୍ଧ ତୁଳସୀ କ୍ଷେତ୍ର କୁହାଯାଉଥିବା ବଳଦେବଜୀଉ ମନ୍ଦିରରେ ଆଜି ଚଳଚଞ୍ଚଳ ହୋଇଉଠିଛି । ଅଧିକ ପଢନ୍ତୁ...

ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

କେନ୍ଦ୍ରାପଡା: କୋଭିଡ କଟକଣା ପାଇଁ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର। ମାତ୍ର ଗତ ୩ ତାରିଖରୁ ମନ୍ଦିର ଖୋଲିବା ପରେ ଆଜି(ଗୁରୁବାର) ହେଉଛି ଇଂରାଜୀ ବର୍ଷର ପ୍ରଥମ ସଂକ୍ରାନ୍ତି ବା ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ପ୍ରସିଦ୍ଧ ତୁଳସୀ କ୍ଷେତ୍ରରେ ଥିବା ବଳଦେବଜୀଉ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦିନ ତମାମ ପ୍ରବଳ ଭିଡ ଦେଖାଯାଇଛି। ମକର ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରିବା ଦ୍ଵାରା ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ଥିବାରୁ ଭିଡ଼ ବେଶ ପରିଲକ୍ଷିତ ହୋଇଛି। ଏହାସହ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ।

ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ। କଥିତ ଅଛି ମକର ସଂକ୍ରାନ୍ତି ଦିନ କୃଷକମାନେ ତାଙ୍କର ଅମଳ ଧାନକୁ କ୍ଷେତରୁ ଆଣି ଖଳାରେ ରଖି ପୂଜାର୍ଚ୍ଚନା କରିଥାନ୍ତି । କୃଷକମାନେ ନୂଆ ଚାଉଳ,ଛେନା, କ୍ଷୀର, କଦଳୀ ଓ ନଡ଼ିଆ ଆଣି କୃଷି ଓ କୃଷକର ପ୍ରତୀକ ପ୍ରଭୁ ବଳଦେବଜୀଉଙ୍କୁ ପୂଜାର୍ଚ୍ଚନା କରି ଭୋଗଲାଗି କରିଥାଆନ୍ତି ।

ଅନ୍ୟପଟେ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଥିବାରୁ ସୂର୍ଯ୍ୟ ବକ୍ର ହୋଇଥାନ୍ତି, ଯାହାଫଳରେ ଦିନ ବଡ ହୋଇଥାଏ ବୋଲି ବୈଜ୍ଞାନିକ ମତ ରହିଛି। ଏହାବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇଥାନ୍ତି ଓ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରକୁ ଫେରିଥାନ୍ତି। ବାପଘରୁ ୮୪ ପ୍ରକାର ଖାଦ୍ୟପେୟ ଆଣିଥାନ୍ତି। ମକର ସଂକ୍ରାନ୍ତି ଦିନ ୮୪ ପ୍ରକାର ବ୍ୟଞ୍ଜନ ବଳଦେବଜୀଉ ଓ ଜଗନ୍ନାଥଙ୍କ ପାଖରେ ପରଷିଥାନ୍ତି । ସେଥିପାଇଁ ବଳଦେବଜୀଉଙ୍କ ସ୍ବତନ୍ତ୍ର ନୀତି ସବୁ ଆଜି ଭୋରୁ ପହଡ଼ ଫିଟାଯାଇ ଅନୁଷ୍ଠିତ ହୋଇଛି। ଏହାଛଡା ଶ୍ରୀଜୀଉଙ୍କୁ ମକର ବେଢ଼ା ପରିକ୍ରମା କରାଯାଇ ଚାରୋଟି ପଡାର ମୁରବି ମାନଙ୍କୁ ବସାଯାଇ ଏହି ବ୍ୟଞ୍ଜନମାନ ଅର୍ପଣ କରାଯାଉଥିବା ବିଧି ରହିଛି ।

ଭକ୍ତ ଓ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ମଧ୍ୟରେ କିପରି ଶ୍ରୀଜୀଉଙ୍କର ଶୃଙ୍ଖଳିତ ଦର୍ଶନ ଲାଭ କରିପାରିବେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ଓ ଧାଡି କରାଯାଇ ଭକ୍ତ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜ ମଧ୍ୟରେ ଶ୍ରୀ ବଳଦେବଜୀଉଙ୍କ ସହିତ ଅନ୍ୟ ମୂର୍ତ୍ତିମାନଙ୍କୁ ଆଜିର ଦିନରେ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହେବ ବୋଲି ବିଶ୍ବାସ ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.