ETV Bharat / state

ତିନିଦିନରୁ ବିଦ୍ୟୁତ ଟାୱାରେ ତିନି ମାଙ୍କଡ଼, ଉଦ୍ଧାର ପାଇଁ ଦାବି - Three monkeys on the power tower for three days

ଗତ ଶୁକ୍ରବାର ଠାରୁ କେନ୍ଦ୍ରାପଡା ଇନ୍ଦୁପୁର ବିଦ୍ୟୁତ ସବାଡିଭିଜନ ଅଧିନ 8 ନଂ କେନାଲ ବନ୍ଧ ନିକଟରେ ଥିବା ଚାଷ ଜମି ଗୁଡିକରେ ପାଣି ମାଡ଼ି ଯାଇଥିବାରୁ ତିନୋଟି ମାଙ୍କଡ଼ ଉକ୍ତ ଟାୱାର ଉପରେ ଚଢ଼ି ରହିଯାଇଛନ୍ତି । ତିନି ଦିନ ହେବ ସେଠାରେ ଫସି ରହିଥିବାବେଳେ ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ଖବର ଦେଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ ।

ତିନିଦିନ ଧରି ବିଦ୍ୟୁତ ଟାୱାର ଉପରେ ତିନି ମାଙ୍କଡ଼, ଉଦ୍ଧାର ପାଇଁ ଦାବି

author img

By

Published : Aug 16, 2020, 2:41 PM IST

କେନ୍ଦ୍ରାପଡା: 33କେଭି ବିଦ୍ୟୁତ ଟାୱାର ଉପରେ ଫସି ରହିଛନ୍ତି ତିନୋଟି ମାଙ୍କଡ଼ । ଗତ ଶୁକ୍ରବାର ଠାରୁ କେନ୍ଦ୍ରାପଡା ଇନ୍ଦୁପୁର ବିଦ୍ୟୁତ ସବଡିଭିଜନ ଅଧିନ 8 ନଂ କେନାଲ ବନ୍ଧ ନିକଟରେ ଥିବା ଚାଷ ଜମି ଗୁଡିକରେ ପାଣି ମାଡ଼ି ଯାଇଥିବାରୁ ତିନୋଟି ମାଙ୍କଡ଼ ଉକ୍ତ ଟାୱାର ଉପରେ ଚଢ଼ି ରହିଯାଇଛନ୍ତି । ତିନି ଦିନ ହେବ ସେଠାରେ ଫସି ରହିଥିବାବେଳେ ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ଖବର ଦେଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ ।

ତିନିଦିନ ଧରି ବିଦ୍ୟୁତ ଟାୱାର ଉପରେ ତିନି ମାଙ୍କଡ଼, ଉଦ୍ଧାର ପାଇଁ ଦାବି

ଶେଷରେ ଆଜି ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି ଟାୱାର ନିକଟକୁ ଏକ ଭେଳା ସାହାଯ୍ୟରେ କିଛି ଖାଦ୍ୟ ନେଇ ଯାଇଥିବା ବେଳେ ଏହି ମାଙ୍କଡ଼ ଗୁଡିକ ଟାୱାର ତଳକୁ ଓହ୍ଲାଉନଥିବା ଦେଖାଯାଇଛି । ଅଗ୍ନିଶମ ବିଭାଗ ଓ ବନ ବିଭାଗ ମାଙ୍କଡଙ୍କୁ ଉଦ୍ଧାର ପ୍ରତି ଗୁରୁତ୍ତ୍ୱ ଦେଉନଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଥାଶୀଘ୍ର ଏହି ମାଙ୍କଡ଼ ଗୁଡିକୁ ଉଦ୍ଧାର ପାଇଁ ଦାବି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.