ETV Bharat / state

ଛାତ୍ରୀଙ୍କୁ ନିଶା ଦେଇ ଅପହରଣ ପରେ ଗଣଦୁଷ୍କର୍ମ, 3 ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Oct 28, 2023, 1:33 PM IST

କେନ୍ଦ୍ରାପଡାରେ ଲଜ୍ଜା । କଲେଜ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ ପରେ ଗଣଦୁଷ୍କର୍ମ । ତିନି ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

kidnapping and gang raped a college girl

କେନ୍ଦ୍ରାପଡା: ନାବାଳିକାଙ୍କୁ ତାଙ୍କ ବାନ୍ଧବୀ ନିଶା ଦେଇ କଲେଜରୁ ଅପହରଣ ଘଟଣା । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖି ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆଣିଛି । କେବଳ ଛାତ୍ରୀ ଜଣଙ୍କୁ ଅସଦାଚରଣ ନୁହେଁ ବରଂ ନିଶା ଦେଇ କଟକ ସ୍ଥିତ ଏକ ଲଜକୁ ନେଇଯାଇ ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା । ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତିନି ଅଭିଯୁକ୍ତ ହେଉଛନ୍ତି ଘଟଣାର ମାଷ୍ଟରମାଇଣ୍ଡ ଆଠଗଡ଼ର ସୂର୍ଯ୍ୟକାନ୍ତ ସାହୁ, କଟକ ଲାଲବାଗ ଅଞ୍ଚଳର ସତ୍ୟରଞ୍ଜନ ସାହୁ ଏବଂ କଟକ ସିଡିଏ ସ୍ଥିତ ଓୟୋ ହୋଟେଲ ମ୍ୟାନେଜର ରଞ୍ଜିତ ସ୍ବାଇଁ ।

ଏହା ମଧ୍ୟ ପଢନ୍ତୁ-ସହପାଠିନୀ ସାଜିଲା ଶତ୍ରୁ, ନିଶା ଦେଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଅକ୍ଟୋବର 17 ତାରିଖରେ କୋରୁଆ ସ୍ଥିତ ଏକ ସରକାରୀ କଲେଜର ଯୁକ୍ତ 2 ଛାତ୍ରୀଙ୍କୁ କଲେଜ ଲେଡିଜ କମନରୁମରେ ତାଙ୍କ ବାନ୍ଧବୀ ପାନୀୟରେ ନିଶା ଦେଇ ଅଚେତ କରିଦେଇଥିଲେ । ପରେ ସେଠାରୁ ତାଙ୍କୁ ଏକ କାରରେ ବସାଇ ଅଭିଯୁକ୍ତ ମାନେ ଅପହରଣ କରିନେଇ କଟକ ଓୟୋ ହୋଟେଲରେ ଗଣଦୁଷ୍କର୍ମ କରି ପରେ କୋରୁଆ ଅଧିନ ଏକ ନାଳ ନିକଟରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ପରେ ଉକ୍ତ ଛାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଏହାପରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ବାପାମାଙ୍କ ପରାମର୍ଶ କ୍ରମେ ନ୍ୟାୟ ପାଇବା ଆଶାରେ କୁଦାନଗରୀ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହା ମଧ୍ୟ ପଢନ୍ତୁ-4 ମାସ ତଳେ ଅପହରଣ କରି ବିବାହ କରିଥିଲେ, ମାରିକି ପୋଡି ଦେଲେ ଶାଶୁଘର !

ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଯାଇ 21ତାରିଖରେ ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା କୁଦାନଗରୀ ଥାନା ସମ୍ମୁଖରେ ପ୍ରତିବାଦ ମଧ୍ୟ କରିଥିଲେ । ପରମୁହୂର୍ତ୍ତରେ କେନ୍ଦ୍ରାପଡା ସ୍ପେଶାଆଲ ସ୍କ୍ୱାର୍ଡ ମାଧ୍ୟମରେ ଘଟଣାର ତଦନ୍ତ କରି 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏହି ମାମଲାରେ ଉକ୍ତ କଲେଜର ଦୁଇଜଣ ଅଧ୍ୟାପକ ଲିଙ୍କକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କର ରାଜନୈତିକ ଲିଙ୍କ ଥିବା କାରଣରୁ ପୋଲିସ ତଦନ୍ତରେ ଶିଥିଳତା ଆସୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.