କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ବୁଧବାର ଚିହ୍ନଟ ହୋଇଛନ୍ତି ଆଉ ଜଣେ କୋରୋନା ପଜେଟିଭ । ହେଲେ ଗତ ୨ମାସ ହେବ ସେ କେନ୍ଦ୍ରାପଡ଼ା ଆସିନାହାନ୍ତି । ତେଣୁ ଜିଲ୍ଲାରେ କଣ୍ଟାକ୍ଟ ଟ୍ରେସିଙ୍ଗ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିଲେ ମଧ୍ୟ ସେ ବାହାର ରାଜ୍ୟରୁ ଫେରି ସିଧା ଭୁବନେଶ୍ବର ଯାଇଥିବାରୁ କୌଣସି ସଂକ୍ରମଣ ସମ୍ଭାବନା ନାହିଁ । ତେବେ ଜିଲ୍ଲାରେ ପଜେଟିଭଙ୍କ ସଂଖା 3ରେ ପହଞ୍ଚିଛି ।
ସେହିପରି ଗୁରୁବାର ସକାଳୁ ଜିଲ୍ଲାରେ ଲକଡାଉନ କୋହଳ ହେବା ସହ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଚାହା ଓ ଜଳଖିଆ ଦୋକାନ ପାର୍ଶଲ ଦେବାପାଇଁ ନିୟମ କଡାକଡି କରାଯାଇଥିବା ବେଳେ ସେଲୁନ ଓ ଅନ୍ୟାନ୍ୟ ଦୋକାନ ଗୁଡିକରେ ସାମାଜିକ ଦୂରତ୍ବ ରଖି ବ୍ୟବସାୟ କରିବେ ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ , ଇଟିଭି ଭାରତ