ETV Bharat / state

ଛଘରିଆ ଇଲେକ୍ଟ୍ରି ସବଷ୍ଟେସନରେ ପଶିଲେ ଦୁର୍ବୃତ୍ତ, ଲୁଟିଲେ ୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ - ଇଲେକ୍ଟ୍ରି ସବଷ୍ଟେସନ

ଗତକାଲି(ଶନିବାର) ବିଳମ୍ବିତ ରାତିରେ ଛଘରିଆସ୍ଥିତ କେନ୍ଦ୍ରାପଡ଼ା-1 ଇଲେକ୍ଟ୍ରି ସବଷ୍ଟେସନରେ 15ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ ପଶି ସବଷ୍ଟେସନ ପରିସରରେ ପଡିଥିବା 10କିଲୋମିଟର ଲମ୍ବର ତାର, ବିଭିନ୍ନ ଲୁହା ସାମଗ୍ରୀକୁ ଲୁଟ କରିଛନ୍ତି ।

ଇଲେକ୍ଟ୍ରି ସବଷ୍ଟେସନରେ ପଶିଲେ ଦୁର୍ବୃତ୍ତ
ଇଲେକ୍ଟ୍ରି ସବଷ୍ଟେସନରେ ପଶିଲେ ଦୁର୍ବୃତ୍ତ
author img

By

Published : Mar 21, 2021, 11:46 AM IST

କେନ୍ଦ୍ରାପଡ଼ା: ବିଳମ୍ବିତ ରାତିରେ ଇଲେକ୍ଟ୍ରି କର୍ମଚାରୀଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ। ଅଭିଯୋଗ ଅନୁଯାୟୀ, ଛଘରିଆସ୍ଥିତ କେନ୍ଦ୍ରାପଡ଼ା-1 ଇଲେକ୍ଟ୍ରି ସବଷ୍ଟେସନରେ ଗତକାଲି(ଶନିବାର) ବିଳମ୍ବିତ ରାତିରେ 15ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ ପଶି ସବଷ୍ଟେସନ ପରିସରରେ ପଡିଥିବା 10କିଲୋମିଟର ଲମ୍ବର ତାର, ବିଭିନ୍ନ ଲୁହା ସାମଗ୍ରୀକୁ ଲୁଟ କରିଛନ୍ତି ।

ଇଲେକ୍ଟ୍ରି ସବଷ୍ଟେସନରେ ପଶିଲେ ଦୁର୍ବୃତ୍ତ

ଏହି ଚୋରୀ କରୁଥିବା ସମୟରେ ଦୁଇ କର୍ମଚାରୀ ସେମାନଙ୍କୁ ଦେଖିନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଦୁଇ କର୍ମଚାରୀ ପ୍ରଦୋଷ ଓ ରଣଜିତଙ୍କୁ ପାଇଖାନା ଘରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କ ମୋବାଇଲ ଓ ପର୍ସ ଲୁଟ କରିନେଇଛନ୍ତି।

ଆଜି(ରବିବାର) ସକାଳୁ ଲାଇନ ଟ୍ରିପ ହେବାରୁ ଓ ଉକ୍ତ ଦୁଇ କର୍ମଚାରୀଙ୍କ ମୋବାଇଲ ନମ୍ବର ନଲାଗିବାରୁ ସ୍ଥାନୀୟ ଲୋକଙ୍କୁ ଯୋଗାଯୋଗ କରିବା ପରେ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ସକାଳୁ ଖବର ପାଇ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଦୁଇ କର୍ମଚାରୀଙ୍କୁ ମେଡିକାଲ ପଠାଇବା ସହ ସଦରଥାନାରେ ଏତଲା ଦେଇଥିବା କହିଛନ୍ତି।

ତେବେ ଲୁଟ ହୋଇଥିବା ଇଲେକ୍ଟ୍ରି ସାମଗ୍ରୀର ମୂଲ୍ୟ 5ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ହେବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.