ETV Bharat / state

ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ, ଅସାଧୁ ବ୍ୟବସାୟୀଙ୍କ ଟେର ପାଉନାହିଁ ବିଭାଗ - ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ

14 ଦିନିଆ ଲକଡାଉନ ପାଇଁ ମାଲାମାଲ ଅସାଧୁ ବ୍ୟବସାୟୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଅତ୍ୟାବଶ୍ୟକ ଖାଉଟି ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ଟେର ପାଉନାହିଁ ଯୋଗାଣ ବିଭାଗ । ଅଧିକ ପଢନ୍ତୁ ...

ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ,
ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ,
author img

By

Published : May 7, 2021, 4:24 PM IST

କେନ୍ଦ୍ରାପଡ଼ା: 14 ଦିନିଆ ଲକଡାଉନ ପାଇଁ ମାଲାମାଲ ଅସାଧୁ ବ୍ୟବସାୟୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଅତ୍ୟାବଶ୍ୟକ ଖାଉଟି ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ଟେର ପାଉନାହିଁ ଯୋଗାଣ ବିଭାଗ । ବିଭାଗ ପକ୍ଷରୁ 9ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିର ଏମଆଇଙ୍କ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ବିଭାଗ ଡାଳେଡାଳେ ଗଲେ ବ୍ୟବସାୟୀ ପତ୍ରେପତ୍ରେ ଯିବା ଭଳି କାର୍ଯ୍ୟ କରୁଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ,

ଅସାଧୁ ବ୍ୟବସାୟୀ ଆଳୁ କିଲୋ 25 ଟଙ୍କା, ପିଆଜ 30 ଟଙ୍କାରୁ ଊର୍ଦ୍ଧ୍ବ ଓ ଖାଇବା ତେଲ ଲିଟର 200 ଟଙ୍କାରୁ ଊର୍ଦ୍ଧ୍ବ ଦାମରେ ବିକ୍ରି କରୁଛନ୍ତି । ଏଯାବତ ଯୋଗାଣ ବିଭାଗ ହାତରେ କୌଣସି ବ୍ୟବସାୟୀ ଧରା ପଡିନାହାଁନ୍ତି । ତେବେ ଏମାମଲାରେ ଏକ 7 ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମସ୍ତ ଅସାଧୁ ବ୍ୟବସାୟୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ରଖିଥିବା କହିଛନ୍ତି ଯୋଗାଣ ଅଧିକାରୀ ।

ସେହିପରି ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ଓ ମୁନାଫାଖୋର ବ୍ୟବସାୟୀଙ୍କୁ ଲଗାମ ଦେବାପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଅନ୍ୟପଟେ ଲକଡାଉନ ସମୟରେ ସାଧାରଣ ଲୋକଙ୍କୁ ଲୁଟୁଥିବା ଅସାଧୁ ବ୍ୟବସାୟୀମାନଙ୍କ ଉପରେ ଚଢ଼ାଉ କରି ଏମାନଙ୍କ ବିରୋଧରେ କ୍ରିମିନାଲ କେଶ କରି ଗିରଫ କରିବା ପାଇଁ ଦାବି କରିଛନ୍ତି ସାଧାରଣ ଖାଉଟି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.