ETV Bharat / state

ଗଛମୂଳ ପ୍ରେସକର୍ଣ୍ଣରରେ ବସି ଜନତାଙ୍କ ଦୁଃଖ ଶୁଣିଲେ ଅନୁଭବ - ଜନତାଙ୍କ ଦୁଃଖ ଶୁଣିଲେ ଅନୁଭବ

ପୁଣି ଚର୍ଚ୍ଚାରେ ଓଲିଉଡ ଷ୍ଟାର୍ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଜିଲ୍ଲାପାଳଙ୍କ କ୍ୟାମ୍ପସରେ ଦୀର୍ଘ ସମୟ ବସି ରହି ଶୁଣିଲେ ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ଗଛମୂଳ ପ୍ରେସକର୍ଣ୍ଣରରେ ବସି ଜନତାଙ୍କ ଦୁଃଖ ଶୁଣିଲେ ଅନୁଭବ

author img

By

Published : Sep 8, 2021, 8:46 AM IST

କେନ୍ଦ୍ରାପଡା: ନିଜର ଚିତ୍ର ଓ ଚରିତ୍ର ପାଇଁ ସଦାସର୍ବଦା ଚର୍ଚ୍ଚାରେ ରହୁଥିବା ଓଲିଉଡ ଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଆଉ ଏକ ଭିନ୍ନ ଚରିତ୍ର ପାଇଁ ଲୋକାଦୃତ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବୈଠକରେ ଯୋଗଦେବା ପାଇଁ ଅନୁଭବ ଆସି ଥିବାବେଳେ ଜିଲ୍ଲାପାଳଙ୍କ କ୍ୟାମ୍ପସରେ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ 'ପ୍ରେସ କର୍ଣ୍ଣର'ରେ ଦୀର୍ଘ ସମୟ ଧରି ବସିରହି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଦୁଃଖ ଶୁଣିଥିବା ଦେଖିବାକୁ ମିଳିଛି ।

ଗଛମୂଳ ପ୍ରେସକର୍ଣ୍ଣରରେ ବସି ଜନତାଙ୍କ ଦୁଃଖ ଶୁଣିଲେ ଅନୁଭବ

ଯାହାକୁ ନେଇ ପୁଣି ଥରେ ଅନୁଭବ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି । ଆଳି ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଜିଲ୍ଲା ପ୍ରଶାସନ ନିକଟକୁ ସାହାଯ୍ୟ ପାଇଁ ଆସିଥିଲେ । ସାଂସଦ ଅନୁଭବ ବ୍ୟକ୍ତି ଜଣଙ୍କର ଗୁହାରି ଶୁଣି ନିଜର କର୍ମଚାରୀମାନଙ୍କ ମାଧ୍ୟମରେ ବ୍ୟକ୍ତିଜଣଙ୍କୁ ସହାୟତାର ହାତ ବଢ଼ାଇଥିଲେ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇମିଟର ଦୂରରେ ଥିବା ସ୍ୱିପର କଲୋନୀ ବାସିନ୍ଦାଙ୍କ ଦୁଃଖ ଶୁଣି କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅଫିସରଙ୍କ ସହ ବିଚାରବିମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଅଫିସରଙ୍କୁ ଅନୁରୋଧ କରିଥିଲେ । ଅନୁଭବଙ୍କ ଦୀର୍ଘ ସମୟ ଉପସ୍ଥିତି ଓ ଲୋକମାନଙ୍କ ଗୁହାରି ଶୁଣିବା ଶୈଳୀକୁ ଲୋକମାନେ ଖୁବ ପସନ୍ଦ କରି ଥିବାବେଳେ ଅଭିନେତାରୁ ନେତା ପାଲଟିଥିବା ଅନୁଭବଙ୍କ ସହ କରମର୍ଦ୍ଦନ ପାଇଁ ପିଲାଙ୍କ ଭିତରେ ପ୍ରତିଯୋଗିତା ପରିଲକ୍ଷିତ ହୋଇଥିଲା ।

କୌଣସି ସର୍ବସାଧାରଣ ସ୍ଥାନରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ଏହା ପ୍ରଥମ ଜନ ଅଭିଯୋଗ ଶୁଣାଣି ହୋଇ ଥିବାବେଳେ ଦୁଃଖ ଜଣାଇଥିବା ଲୋକେ ରିଅଲରେ ସୁବିଧା ପାଉଛନ୍ତି ନା ଏହା ରିଲରେ ସୀମିତ ସେନେଇ ସମସ୍ତଙ୍କ ଅପେକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.