ETV Bharat / state

3 ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବ୍ରଦର୍ସହୁଡ ଫାଉଣ୍ଡେସନର ସହାୟତା - ବ୍ରଦର୍ସହୁଡ ଫାଉଣ୍ଡେସନ ସାମାଜିକ ସଂଗଠନ

କୋରୋନା ସଂକ୍ରମଣରେ ବାପା ଚାଲିଗଲା ପରେ ପାଠ ପଢାରେ ଅର୍ଥ ସାଜିଥିଲା ବାଧକ । ପାଠ ପଢା ପାଇଁ ସହାୟତାର ହାତ ବଢାଇଲା ବ୍ରଦର୍ସହୁଡ ସଂଗଠନ । ପଢନ୍ତୁ ଅଧିକ....

3 ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବ୍ରଦର୍ସହୁଡ ଫାଉଣ୍ଡେସନର ସହାୟତା

author img

By

Published : Dec 9, 2020, 6:56 PM IST

କେନ୍ଦ୍ରାପଡା: କୋରୋନା ସଂକ୍ରମଣରେ ବାପା ଚାଲିଗଲା ପରେ ପାଠପଢାରେ ଅର୍ଥ ସାଜିଥିଲା ବାଧକ । ତେବେ ସହାୟତାର ହାତ ବଢାଇବା ପାଇଁ ଆଗେଇ ଆସିଲା ସ୍ବେଚ୍ଛାସେବୀ ସଂଗଠନ । ବପା ଛେଉଣ୍ଡ ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢା ପାଇଁ ସହଯୋଗର ହାତ ବଢାଇଛି ସାମାଜିକ ସଂଗଠନ ବ୍ରଦର୍ସହୁଡ ଗ୍ଲୋବାଲ ଫାଉଣ୍ଡେସନ ।

3 ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବ୍ରଦର୍ସହୁଡ ଫାଉଣ୍ଡେସନର ସହାୟତା

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ମୀରପାଟଣାରେ ବାସ କରୁଥିବା ପିତାମ୍ବର ଷଣ୍ଢ କୋଭିଡ ସମୟରେ ମୃତ୍ୟୁବରଣ କରିଥିଲେ । ପିତାମ୍ବର ଘରର ଏକ ମାତ୍ର ରୋଜଗାରରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କର ମୃତ୍ୟୁ ପରେ ତିନିଜଣ ମେଧାବୀ ଝିଅପୁଅ ପ୍ରଜ୍ଞା, ପ୍ରିୟଙ୍କା ଓ ପ୍ରିୟବ୍ରତଙ୍କ ପାଠ ପଢାରେ ଅର୍ଥ ସାଜିଥିଲା ବାଧକ ।

ପ୍ରଜ୍ଞା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ୁଥିବା ବେଳେ ପ୍ରିୟଙ୍କା ସାଇକୋଲୋଜି ଅନର୍ସ ଓ ପୁଅ ପ୍ରିୟବ୍ରତ +୩ ବିଜ୍ଞାନ ପଢୁଛନ୍ତି । ପିତାଙ୍କ ଅକାଳ ମୃତ୍ୟୁ ପରେ 3 ଭାଇଭଉଣୀଙ୍କ ପାଠ ପଢା ସମ୍ପୁର୍ଣ୍ଣ ବନ୍ଦ ହେବାକୁ ବସିଥିଲା । ଠିକ ଏତିକି ବେଳେ ସାହାର୍ଯ୍ୟର ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ବ୍ରଦର୍ସହୁଡ ଫାଉଣ୍ଡେସନ । ଭୁବନେଶ୍ୱରର ଏହି ସଙ୍ଗଠନ ପିଲାମାନଙ୍କୁ ପୁସ୍ତକ ଓ ଖାତା ଯୋଗାଇ ଦେଇଛି। ଏଥିସହିତ ଆଗାମୀ ଦିନରେ ମଧ୍ୟ ସାହାଯ୍ୟ ପ୍ରତିଶୃତି ଦେବା ସହ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର କାମନା କରିଛି ସଙ୍ଘ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.