ETV Bharat / state

ନିୟମକୁ ଆଖିଠାର, କୋଭିଡ୍ କାଳରେ 2 କୋଟିର ଟେଣ୍ଡର ଫିକ୍ସିଂ !

author img

By

Published : Jun 25, 2021, 9:41 PM IST

କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଟେଣ୍ଡର ଫିକ୍ସିଂ ଅଭିଯୋଗ । ଜିଲ୍ଲା ଜଳସେଚନ ବିଭାଗରେ 2 କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା ଜଳସେଚନ ବିଭାଗରେ 2 କୋଟିର ଟେଣ୍ଡର ଫିକ୍ସିଂ ଅଭିଯୋଗ

କେନ୍ଦ୍ରାପଡ଼ା: ପୁଣି ଆସିଛି ଏକ ବିଭାଗରେ ଟେଣ୍ଡର ଫିକ୍ସିଂ ଅଭିଯୋଗ । ଗତବର୍ଷ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଟେଣ୍ଡର ଫିକ୍ସିଂର ଦୃଶ୍ୟ ଦେଖାଇଥିଲା ଇଟିଭି ଭାରତ । ଆଉ ଏବେ ଜଳସେଚନ ବିଭାଗର ଜଣେ ଅଧିକାରୀ ଫିକ୍ସିଂ କରି ଓ କୋରମ ଅନୁଯାୟୀ ଠିକାଦାର ନଥିବା ବେଳେ ଲଟେରୀ ଉଠାଣ କରିଥିବା ଅଭିଯୋଗ ହେବା ପରେ ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ପାଖାପାଖି ୨କୋଟି ଟଙ୍କାର କାମ ପାଇଁ ୧୨ଟି ଟେଣ୍ଡର ଡକାଯାଇଥିବାବେଳେ ଠିକାଦାରଙ୍କୁ ନଜଣାଇ ଟେଣ୍ଡର ପାଇଁ ଲଟେରୀ ଉଠାଣ ପ୍ରକ୍ରିୟା ଶେଷ କରିଛି ବିଭାଗ । ଏହା ସହ ସମ୍ପୂର୍ଣ୍ଣ ଲଟେରୀ କାର୍ଯ୍ୟକ୍ରମର ଭିଡ଼ିଓଗ୍ରାଫି ନରହିବା ସନ୍ଦେହ ପରିସରକୁ ଆଣିଛି କେନ୍ଦ୍ରାପଡ଼ା ଜଳସେଚନ ବିଭାଗକୁ ।

ବ୍ରାହ୍ମଣୀ ନଦୀ ଦକ୍ଷିଣ ପାର୍ଶ୍ୱ ଏମ୍ଵାକମେଣ୍ଟର ୧.୭୫୦ କିମି କାମକୁ ୨୮ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସିରିଏଲ ନଂ-୦୫ରେ ବିଶ୍ବବିଜୟୀ ଦାସ ନାମକ ଜଣେ ଠିକାଦାର ଆବେଦନ କରିଥିଲେ । ସେହିପରି ୨ କିଲୋମିଟର ୨୦୦ମିଟରକୁ ୨୯ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ସିରିଏଲ ନଂ-୦୬ରେ ଜୟପ୍ରକାଶ ସାମଲ ନାମକ ଠିକାଦାର କାମ ପାଇଁ ଆବେଦନ କରିଥିଲେ । ଏହି ଟେଣ୍ଡର ପ୍ରକ୍ରିୟା ଏପ୍ରିଲ ମାସରୁ ଅନଲାଇନରେ ଆରମ୍ଭ ହୋଇଥିଲା ତେବେ ଟେଣ୍ଡର ଲଟେରୀ ଉଠାଣ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଠିକାଦାର ମାନଙ୍କୁ କୌଣସି ଫୋନ କିମ୍ବା ମେଲ ମାଧ୍ୟମରେ ଯୋଗାଯୋଗ କରାଯାଇନଥିଲା ।

ନିୟମାନୁଯାୟୀ, ଟେଣ୍ଡର ପ୍ରକ୍ରିୟା ପାଇଁ ଲଟେରୀ ଉଠାଣ ସମୟରେ ଟେଣ୍ଡରରେ ସାମିଲ ହୋଇଥିବା ଠିକାଦାର ମାନଙ୍କ ମଧ୍ୟରୁ ୩୫% ଠିକାଦାର ଉପସ୍ଥିତ ରହିବା କଥା ତଦନୁଯାୟୀ ୧୨ଟି ଟେଣ୍ଡର ପ୍ରକ୍ରିୟା ଓ ପ୍ରତ୍ୟେକ ଟେଣ୍ଡରରେ ୫୦ଜଣ ଠିକାଦାର ସାମିଲ ହୋଇଥିବାରୁ ୧୨ଟି ଟେଣ୍ଡରରେ ୬୦୦ରୁ ଉର୍ଦ୍ଧ୍ବ ଠିକାଦାରଙ୍କ ମଧ୍ୟରୁ ୨୧୦ଜଣ ଉପସ୍ଥିତ ରହିବା ନିୟମ ରହିଥିବା ବେଳେ କୋଭିଡ ପିକ ସମୟ ମଧ୍ୟରେ ଏତେସଂଖ୍ୟକ ଠିକାଦାରଙ୍କୁ ନେଇ ଲଟେରୀ ହେଲା କିପରି ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ସେତିକି ସଂଖ୍ୟକ ଠିକାଦାର ନଥିଲେ ତେବେ ଟେଣ୍ଡରର ଲଟେରୀ ଉଠାଣ ହେଲା କେମିତି ? ଅନ୍ୟପଟେ ସମସ୍ତ ଟେଣ୍ଡର ପ୍ରକ୍ରିୟାର ଭିଡ଼ିଓଗ୍ରାଫି ହେବା ବାଧ୍ୟତାମୂଳକ ଥିବା ବେଳେ ଭିଡ଼ିଓଗ୍ରାଫି ହେଲାନାହି କେମିତି, ତାକୁ ନେଇ ମଧ୍ୟ ବିବାଦ ବଢିବାରେ ଲାଗିଛି ।

ଏପଟେ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ନେଇ ଇଟିଭି ଭାରତ ପ୍ରତିନିଧି ଜଳସେଚନ ବିଭାଗର ଅଟକଳକାରୀ (Estimator)ଙ୍କୁ ପ୍ରଶ୍ନ କରିବାରୁ ସେ ଏହି ଟେଣ୍ଡର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ଓ ଠିକାଦାରଙ୍କୁ ଫୋନ କିମ୍ବା ମେଲ ମାଧ୍ୟମରେ ସୂଚନା ଦେବାର କୌଣସି ନିୟମ ନାହିଁ । ଭିଡ଼ିଓଗ୍ରାଫିକୁ ନେଇ ପ୍ରଶ୍ନ କରିବାରୁ ଅଟକଳକାରୀଙ୍କ ପାଟି ଖନୀ ବାଜିଯାଇଥିଲା । ବାଧ୍ୟହୋଇ କ୍ୟାମେରା ଆଗରେ ଆଉ କୌଣସି ପ୍ରଶ୍ନର ଉତ୍ତର ଦେବାପାଇଁ ଉଚିତ ମଣିନଥିଲେ ଏଷ୍ଟିମେଟର ।

ତେବେ ବାରମ୍ବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଭାଗ ନାମରେ ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପ୍ରଶାସନ ଆଗକୁ କଣ ନିଷ୍ପତ୍ତି ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.