ETV Bharat / state

ନିଯୁକ୍ତି ନାମରେ ଠକେଇ: ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ - ଚାକିରି

ଚାକିରୀ ଦେବା ନାମରେ ବ୍ୟାପକ ଠକେଇ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରେ ଥିବା INDPCP ନାମରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 14, 2019, 9:11 PM IST

କେନ୍ଦ୍ରାପଡା: ଚାକିରି ଦେବା ନାଁରେ ଠକେଇ । କେନ୍ଦ୍ରାପଡାରେ ଥିବା ଡ଼ାଇବେଟିସ ରୋଗ ନିରାକରଣ ସଂସ୍ଥା (INDPCP) ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲାର କିଛି ଛାତ୍ରଛାତ୍ରୀ । ନ୍ୟାୟ ଆଶାରେ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୧୭ ମସିହାରେ ଲକ୍ଷ୍ନୌସ୍ଥିତ ଏକ ଡ଼ାଇବେଟିସ ରୋଗ ନିରାକରଣ ସଂସ୍ଥା ଛାତ୍ରଛାତ୍ରୀ ମାନଙ୍କୁ ଡାଇବେଟିସ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେଇଥିଲା । ଏପରିକି ଛାତ୍ରଛାତ୍ରୀଙ୍କ ଠାରୁ ଜଣଙ୍କ ପିଛା ୮ରୁ ୧୦ ହଜାର ଟଙ୍କା ନେଇଥିଲେ । ଏହି ତାଲିମ ଗତ ୨୦୧୭ ଫେବୃୟାରୀ ମାସରେ ଆରମ୍ଭ ହୋଇ ଏପ୍ରିଲ ମାସରେ ଶେଷ ହୋଇଥିଲା ।

ତେବେ ଚୁକ୍ତିନାମା ଅନୁସାରେ ତିନିମାସ ମଧ୍ୟରେ ନିଯୁକ୍ତି ଦିଆଯିବା ପାଇଁ କୁହାଯାଇଥିଲା । ହେଲେ କୌଣସି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନିଯୁକ୍ତି ଦିଆଯାଇନଥିଲା । ଇତିମଧ୍ୟରେ ଏହି ତାଲିମ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ନିଯୁକ୍ତି ଦେବା ଚୁକ୍ତିନାମାକୁ ଦୁଇବର୍ଷ ପୁରିଯାଇଥିଲେ ମଧ୍ୟ କୌଣସି ପ୍ରକାରର ନିଯୁକ୍ତି ନମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନ୍ୟାୟ ପାଇବା ପାଇଁ ପହଞ୍ଚିଥିଲେ ଛାତ୍ରଛାତ୍ରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.