ETV Bharat / state

ସମସ୍ୟା ଘେରରେ ନବଜ୍ୟୋତି ବିଦ୍ୟାପୀଠ: ନା ମିଳୁଛି ସରକାରୀ ସହଯୋଗ, ନା ଶିକ୍ଷକ ପାଉଛନ୍ତି ଦରମା

କେନ୍ଦ୍ରାପଡ଼ାରେ ଅବ୍ୟବସ୍ଥା ଘେରରେ ଗଢ଼ା ଚାଲିଛି ଦେଶର ଭବିଷ୍ୟତ । ଆୟବା ପଞ୍ଚାୟତର ବଢିଅ ଗାଁରେ ଥିବା ନବଜ୍ୟୋତି ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳୁନାହିଁ । ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାରିଶ୍ରମିକ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Nov 2, 2022, 9:29 AM IST

ଅବ୍ୟବସ୍ଥା ଘେରରେ ଦେଶର ଭବିଷ୍ୟତ: ଛାତ୍ରଛାତ୍ରୀଙ୍କୁ ମିଳୁନି ସହାୟତା, ଶିକ୍ଷକଙ୍କୁ ମିଳୁନି ପାରିଶ୍ରମିକ

କେନ୍ଦ୍ରାପଡ଼ା: ଅବ୍ୟବସ୍ଥା ଘେରରେ ଗଢ଼ା ଚାଲିଛି ଦେଶର ଭବିଷ୍ୟତ । ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନା ମିଳୁଛି କୌଣସି ପାରିଶ୍ରମିକ ନା ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳୁଛି କୌଣସି ସରକାରୀ ସୁବିଧା ସୁଯୋଗ । କେବଳ ଉତ୍ତମ ପାଠପଢା ହେଉଥିବାରୁ ଏଠାରେ ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ବିଦ୍ୟାଳୟରେ ପଢ଼ୁଥିବା ଶତାଧିକ ଛାତ୍ରଛାତ୍ରୀ । ବିକାଶର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆୟବା ପଞ୍ଚାୟତର ବଢିଅ ଗାଁରେ ଥିବା ନବଜ୍ୟୋତି ବିଦ୍ୟାପୀଠରେ ।

ବିଦ୍ୟାଳୟରେ ପହଞ୍ଚୁନି ସରକାରୀ ସହାୟତା

ବିଦ୍ୟାଳୟରେ ନା ଅଛି ପାଚେରି ନା ପିଲାଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ । ଆଉ ନା ଅଛି ପାଠ ପଢିବାକୁ ଭଲ ଶ୍ରେଣୀଗୃହ । ରାଜ୍ୟରେ ଉତ୍ତମ ପାଠପଢ଼ା ପାଇଁ ରାଜ୍ୟ ସରକାର 5T ଅଧୀନରେ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଏହି ନବଜ୍ୟୋତି ବିଦ୍ୟାପୀଠରେ ଛାତ୍ରଛାତ୍ରୀ ବସି ପାଠ ପଢିବା ପାଇଁ ଭଲ ବେଞ୍ଚ ଖଣ୍ଡିଏ ମଧ୍ୟ ନାହିଁ । ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇଁ କମ୍ପ୍ୟୁଟର ସମେତ ବିଜ୍ଞାନାଗାର ବହୁ ଦୂରର କଥା । ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ତ ଦୂରର କଥା, ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ପୋଷାକ କିମ୍ବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ସହଯୋଗ ରାଶି ମଧ୍ୟ ମିଳିନଥାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ମିଳୁଥିବା ସୁବିଧା ସୁଯୋଗ ପାଲଟିଛି ସ୍ବପ୍ନ ।

ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳୁନି ଦରମା

୧୯୯୫ ମସିହାରେ ସ୍ଥାପନ କରାଯାଇଥିବା ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୩୪ ଜଣ, ନବମ ଶ୍ରେଣୀରେ ୩୫ ଜଣ ଓ ଦଶମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ସଂଖ୍ୟା ୧୦ରୁ ଊର୍ଦ୍ଧ୍ବ । ତେବେ ଏହାର ଅବ୍ୟବସ୍ଥା କେବଳ ଛାତ୍ରଛାତ୍ରୀଙ୍କ ସମସ୍ୟାରେ ସରିନାହିଁ, ଏଠାରେ କୌଣସି ଶିକ୍ଷକ କିମ୍ବା ଅଣ ଶିକ୍ଷକ କର୍ମଚାରୀଙ୍କୁ ପାରିଶ୍ରମିକ ମଧ୍ୟ ମିଳିନଥାଏ । ୧୯୯୫ ମସିହାରୁ ଏଯାବତ ଶିକ୍ଷାଦାନକୁ ଏକ ବ୍ରତ ରୂପେ ବିବେଚନା କରି ନିରନ୍ତର ପ୍ରକ୍ରିୟାରେ ଶିକ୍ଷାଦାନ ଦେଇ ଆସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସେନାପତି କୁହନ୍ତି, "ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ସରକାରୀ ଗ୍ରାଣ୍ଟ ପାଇନାହିଁ । ସେଥିପାଇଁ ଆମକୁ କୌଣସି ସରକାରୀ ସହାୟତା ମିଳୁନାହିଁ । କିନ୍ତୁ ଆମ ପିଲାଙ୍କୁ ମଧ୍ୟ କୌଣସି ସୁବିଧା ମିଳୁନାହିଁ ।" ତେବେ ବିଦ୍ୟାଳୟର ଆନୁଷଙ୍ଗିକ ଆବଶ୍ୟକତା ପୂରଣ କରି ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

'ଲେଫ୍ଟ ଆଉଟ ହାଇସ୍କୁଲ ହୋଇଥିବାରୁ ମିଳୁନି ସରକାରୀ ସୁବିଧା'

ଏହି ବିଦ୍ୟାଳୟର ଦୂରାବସ୍ଥା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମେଲ ଜରିଆରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୋଗ ଜଣାଇଛନ୍ତି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମଧ୍ୟ ବ୍ୟକ୍ତିଗତ ଭାବେ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, "ଏହି ବିଦ୍ୟାଳୟଟି ଲେଫ୍ଟ ଆଉଟ ହାଇସ୍କୁଲ । ସେଥିପାଇଁ କୌଣସି ସହାୟତା କରି ହେଉନି । ତଥାପି ମୁଁ ବିଇଓଙ୍କ ସହ କଥା ହେଇଛି । ଏହାର ସମାଧାନ ନେଇ ତଦନ୍ତ ପରେ ପଦକ୍ଷେପ ନିଆଯିବ ।"

କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଲେଫ୍ଟ ଆଉଟ ହାଇସ୍କୁଲ ୪ଟି ରହିଥିବା ବେଳେ ସାରା ରାଜ୍ୟରେ ଏହି ସଂଖ୍ୟା ୧୯୪ଟି ବୋଲି ଜଣାପଡିଛି । ତେବେ 5T ବିଦ୍ୟାଳୟ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ସରକାର ଏଭଳି ବିଦ୍ୟାଳୟ ଗୁଡିକ ପ୍ରତି ଦୃଷ୍ଟି ନଦେଲେ ଅଞ୍ଚଳରେ ଶିକ୍ଷାର ମାନ ଯେ କମିଯିବ ସେନେଇ ଦ୍ବିମତ ନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.