ETV Bharat / state

ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ;ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

author img

By

Published : Dec 29, 2019, 3:30 AM IST

ଦିନେ ନୁହେଁ କି ଦୁଇ ଦିନ ନୁହେଁ । ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ । ବିଦ୍ୟାଳୟ ମିଶ୍ରଣର ସିଧାସଳଖ କୁପ୍ରଭାବ ପଡିଛି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ । ଅଧିକ ଖବର ପଢନ୍ତୁ...

ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ;ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ
ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ;ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: ଦିନେ ନୁହେଁ କି ଦୁଇ ଦିନ ନୁହେଁ । ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ । ବିଦ୍ୟାଳୟ ମିଶ୍ରଣର ସିଧାସଳଖ କୁପ୍ରଭାବ ପଡିଛି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ । ଗୋଟିଏ ପଟେ ଆରିପଦା ବିଦ୍ୟାଳୟରେ ମିଶିଥିବା କାରଣ ଯୋଗୁଁ ବସୁପୁର ବିଦ୍ୟାଳୟକୁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଆସୁନଥିବା ଅଭିଯୋଗ ହୋଇଛି ।

ସେପଟେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୨ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଗାଁର ଜଣେ ଯୁବତୀ । ଅଭିଭାବକ ମାନଙ୍କ ପକ୍ଷରୁ ବାରମ୍ବାର ଏନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏନେଇ କେହି କର୍ଣ୍ଣପାତ କରୁନଥିବାରୁ ଶନିବାର ଛାତ୍ରଛାତ୍ରୀ ଓ ଅଭିଭାବକ ମିଳିତ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ପ୍ରଦର୍ଶନ କରିଥିଲେ ।

ତେବେ ଜିଲ୍ଲାପାଳ ଏନେଇ ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:28.12.2019
Radhakanta Mohanty, Kendrapada
Slug-od_kpr_students met_script_7204459
Anchor-ଦିନେ ନୁହେଁ କିମ୍ବା ମାସେ ନୁହେଁ, ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ।ବିଦ୍ୟାଳୟ ମିଶ୍ରଣର ସିଧାସଳଖ କୁପ୍ରଭାବ ପଡିଛି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ।ଗୋଟିଏ ପଟେ ଆରିପଦା ବିଦ୍ୟାଳୟରେ ମିଶିଥିବା କାରଣ ଯୋଗୁଁ ବସୁପୁର ବିଦ୍ୟାଳୟକୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଆସୁନଥିବା ବେଳେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୨ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଗାଁର ଯୁବତୀ।ଅଭିଭାବକ ମାନଙ୍କ ପକ୍ଷରୁ ବାରମ୍ବାର ଏନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏନେଇ କେହି କର୍ଣ୍ଣପାତ କରୁନଥିବାରୁ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମିଳିତ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ପ୍ରଦର୍ଶନ କରିଥିଲେ।ତେବେ ଜିଲ୍ଲାପାଳ ଏନେଇ ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ ଫେରିଥିବା ସୂଚନା ମିଳିଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.