ETV Bharat / state

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା: ଅନଶନରେ ବସିଛନ୍ତି ମୃତ ଛାତ୍ରଙ୍କ ପରିବାର, ବାପାଙ୍କ ଆତ୍ମହତ୍ୟା ଉଦ୍ୟମ - ଅନଶନରେ ବସିଛନ୍ତି ମୃତ ଛାତ୍ରଙ୍କ ପରିବାର

ଯୁକ୍ତ ଦୁଇ ପଢ଼ୁଥିବା ଛାତ୍ରଙ୍କ ଘରୋଇ କୋଚିଂ ସେଣ୍ଟରରେ ଅସ୍ବଭାବିକ ମୃତ୍ୟୁ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ କୋଚିଂ ସେଣ୍ଟର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ମୃତ ଛାତ୍ରଙ୍କ ପରିବାର ଓ ଗାଁ ଲୋକେ । ଅଧିକ ପଢ଼ନ୍ତୁ

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା
କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା
author img

By

Published : Mar 28, 2023, 9:53 PM IST

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା

କେନ୍ଦ୍ରାପଡା: ଯୁକ୍ତ ଦୁଇ ପଢ଼ୁଥିବା ଛାତ୍ରଙ୍କ ଘରୋଇ କୋଚିଂ ସେଣ୍ଟରରେ ଅସ୍ବଭାବିକ ମୃତ୍ୟୁ । ପୋଲିସରେ ଅଭିଯୋଗ ପରେ ମଧ୍ୟ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ । ଏନେଇ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ କୋଚିଂ ସେଣ୍ଟର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ମୃତ ଛାତ୍ରଙ୍କ ପରିବାର ଓ ଗାଁ ଲୋକେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ସଦର ଥାନା ଫୋରଡ଼ ଗାଁର ସୁବାଷ ମୁଦୁଲିଙ୍କ ଏକମାତ୍ର ପୁଅ ସୁବ୍ରତ ମୁଦୁଲି କ୍ୟାରିୟର ପାୱାର ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ରହି ପାଠ ପଢ଼ୁଥିଲେ । ତେବେ ଗତ ୧୧ ତାରିଖ ରାତିରେ ଏହି କୋଚିଂ ସେଣ୍ଟରର ମାଲିକ ଆଶିଷ ସ୍ୱାଇଁ ଓ ଅନ୍ୟ ଦୁଇ ଜଣ ଛାତ୍ର ସୁବ୍ରତଙ୍କୁ ମୃତ ଅବସ୍ଥାରେ ଶ୍ୟାମଗୁଡ଼ିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପୁଅ ସୁବ୍ରତର କୌଣସି ଅଘଟଣ ଘଟିଥିବା ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ବାପା ସୁବାଷ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ କିଛି ବି ଜଣାଇନଥିଲେ । ତେବେ ସୌଭାଗ୍ୟବସତଃ ଉକ୍ତ ରାତିରେ ସୁବାଷ ଓ ତାଙ୍କ ପତ୍ନୀ ସ୍ନିଗ୍ଧାରାଣୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡ୍‌ମିଶନ କରିବାକୁ ଆଣିଥିଲେ । ଏହି ସମୟରେ ପୁଅ ସୁବ୍ରତ ମେଡିକାଲ ବେଞ୍ଚରେ ଶୋଇ ରହିଥିବା ଦେଖିବାକୁ ପାଇଥିଲେ ।

ତେବେ ପୁଅ ମେଡିକାଲ କାହିଁକି ଆସିଛି ଓ ଏମିତି କାହିଁକି ଶୋଇ ରହିଛି ବୋଲି ପଚାରିବାରୁ କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ୱାଇଁ ଓ ତାଙ୍କ ସହ ଆସିଥିବା ଦୁଇ ଜଣ ଛାତ୍ର ମେଡିକାଲ ପରିସରରୁ ଫେରାର ହୋଇ ଯାଇଥିଲେ । ତେବେ ଏନେଇ ସୁବାଷ ଓ ସ୍ନିଗ୍ଧାଙ୍କ ମନରେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ପୁଅ ସୁବ୍ରତଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ ଉପୁଜିଥିଲା । ପରଦିନ ସଦର ଥାନାରେ ତିନି ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ସୁବ୍ରତଙ୍କ ପରିବାର ଓ ଗାଁ ଲୋକେ କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ବାଇଁଙ୍କ ଘର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଯେପର୍ଯ୍ୟନ୍ତ ଆସାମୀକୁ ଗିରଫ କରାନଯାଇଛି, ସେପର୍ଯ୍ୟନ୍ତ ସେମାନେ ଏଠାରେ ବସି ରହିବେ ବୋଲି ଶୁଣାଇଛନ୍ତି । ଅନ୍ୟପଟେ ଏକମାତ୍ର ପୁଅକୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିବା ବାପା ସୁବାଷ ଅନଶନ ସ୍ଥାନରେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଅନ୍ୟ ଲୋକେ ତାଙ୍କଠାରୁ ଏହି ବିଷ ଛଡାଇ ରଖିବାରୁ ଆଉ ଏକ ଜୀବନ ବଞ୍ଚିଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.