ETV Bharat / state

ଚିତ୍ରୋତ୍ପଳା ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ - boy dies drowning in river in kendrapara

ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ହେତୁ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । କେନ୍ଦ୍ରାପଡାର ଚିତ୍ରୋତ୍ପଳା ନଦୀରେ ଘଟିଛି ଏଭଳି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

ଚିତ୍ରୋତ୍ପଳା ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
ଚିତ୍ରୋତ୍ପଳା ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
author img

By

Published : Oct 20, 2020, 7:34 PM IST

କେନ୍ଦ୍ରାପଡା: ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । କେନ୍ଦ୍ରାପଡାର ଚିତ୍ରୋତ୍ପଳା ନଦୀରେ ମଙ୍ଗଳବାର ଘଟିଛି ଏଭଳି ଦୁଃଖଦ ଘଟଣା । ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ଅଭୟ ସିଂହଙ୍କ ପୁଅ ଚିନ୍ମୟ ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବାବେଳେ ଗୋଡି ଖସି ଯାଇ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଯୁବକଙ୍କ ଦ୍ବାରା ତାଙ୍କୁ ଉଦ୍ଧାର କରାଯାଇ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଚିନ୍ମୟ ତାଙ୍କ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଆଜି ସକାଳେ ସେ ନିଜ ଅଜାଙ୍କ ସହ ଚିତ୍ରୋତ୍ପଳା ନଈକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅସାବଧାନତା ହେତୁ ନଦୀରେ ଚିନ୍ମୟଙ୍କର ଗୋଡ ଖସି ଯାଇଥିଲା ଏବଂ ଅକାତ ପାଣିରେ ସେ ବୁଡି ଯାଇଥିଲେ । ନାତି ବୁଡି ଯାଇଥିବାର ଦେଖି ଅଜା ଡାକ ପକାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଯୁବକ ନଦୀକୁ ଡେଇଁ ବହୁ ଖୋଜାଖୋଜି ପରେ ଚିନ୍ମୟଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବିଭାଗ ଦ୍ବାରା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.