ETV Bharat / state

ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ପୁଅ

ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ସାବତ ପୁଅ । ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ରାଶି ପାଇଁ ସାବତ ପୁଅ ଓ ବୋହୂ ମିଶି ସାବତ ମା’କୁ ମାରି ଦେଇଛନ୍ତି । ଆଜି ଏପରି ଏକ ଖୁଲାସା କରିଛି କେନ୍ଦ୍ରାପଡା ପୋଲିସ ।

author img

By

Published : Aug 23, 2019, 6:50 PM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ସାବତ ପୁଅ । ସ୍ବାମୀର ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ରାଶି ପାଇଁ ସାବତ ପୁଅ ଓ ବୋହୂ ମିଶି ସାବତ ମା’କୁ ମାରି ଦେଇଛନ୍ତି । ଆଜି ଏପରି ଏକ ଖୁଲାସା କରିଛି କେନ୍ଦ୍ରାପଡା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ ୧୮ ତାରିଖ ଦିନ ସଦର ଥାନା ବିଲ ବଳରାମପୁରର ଲୁଣା ନଦୀ କୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହଟି ସଦର ଥାନା ଛକନା ଗ୍ରାମର ସସ୍ମିତା ବିଶ୍ବାଳଙ୍କର ବୋଲି ଜଣାପଡିଥିଲା । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା । ପରେ ଏହାର ତଦନ୍ତ କରି ପୋଲିସ ଏପରି ଖୁଲାସା କରିଛି ।

ପୋଲିସ କହିବା ମୁତାବକ, ସସ୍ମିତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ଓ ସମ୍ପତ୍ତି ପାଇଁ ତାଙ୍କ ସାବତ ପୁଅ ଓ ବୋହୂ ସହିତ ଟଙ୍କା ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ସନ୍ତୋଷ ଓ ବୋହୂ ଦେବସ୍ମିତା ଏବଂ ସହଯୋଗୀ ପ୍ରଦୀପ୍ତ ଓ ଦୁଃଖିଶ୍ୟାମ ପାଖରେ ଥିବା ଏକ ଲୁଗାରେ ସସ୍ମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ଏକ ବସ୍ତାରେ ପୂରାଇ ସସ୍ମିତାଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତିକରି ବାଇକ ଯୋଗେ କରିଲୋପାଟଣା ପୋଲ ଉପରୁ ଲୁଣା ନଦୀକୁ ଫିଙ୍ଗି ଦେଇଥିଲେ ବୋଲି ପୋଲିସ କହିଛି ।

ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବାବେଳେ ପ୍ରଦୀପ୍ତ ଫେରାର ରହିଛି । ସେପଟେ ମୃତ ମହିଳାଙ୍କ ଝିଅ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି । ଏହା ସହ ଆଉ ତିନି ଅଭିଯୁକ୍ତ ବାହାରେ ବୁଲୁଥିବା ସେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.08.2019
Radhakanta Mohanty, Kendrapada
Slug-od_kpr_01_pressmeet_script_7204459
Anchor-ଗତ ୧୮ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଲ ବଳରାମପୁରର ଲୁଣା ନଦୀ କୂଳରୁ ଏକ ମହିଳା ଙ୍କ ମୃତଦେହ ମିଳିଥିଲା।ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ପଡିବା ପରେ ମହିଳା ଙ୍କ ପରିବାର ପକ୍ଷରୁ ଥାନା ରେ ହତ୍ୟା ଅଭିଯୋଗ କରାଯାଇଥିଲା ସଦର ଥାନା ଏହାର ତଦନ୍ତ କରି ସମ୍ପତ୍ତି ଲୋଭ ତଥା ଜୀବନ ବୀମା ଅର୍ଥ ପ୍ରାପ୍ତି ବିବାଦରୁ ହିଁ ସାବତ ମା କୁ ସାବତ ପୁଅ ବୋହୂ ମିଶି ହତ୍ୟା କରିଥିବା ଜଣାପଡ଼ିଛି।ଛକନା ଗ୍ରାମର ସସ୍ମିତା ବିଶ୍ୱାଳ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ଓ ସମ୍ପତ୍ତି ପାଇଁ ତାଙ୍କ ସାବତ ପୁଅ ଓ ବୋହୁ ସହିତ ଟଙ୍କା ଭାଗ ବଣ୍ଟା କୁ ନେଇ ପାଟିତୁଣ୍ଡ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ପୁଅ ସନ୍ତୋଷ ବୋହୂ ଦେବସ୍ମିତା ଓ ସହଯୋଗୀ ପ୍ରଦୀପ୍ତ ଓ ଦିପୁ ପାଖରେ ଥିବା ଏକ ଲୁଗା ରେ ସସ୍ମିତାଙ୍କ ବେକରେ ଗୁଡେଇ ତଣ୍ଟି ଚିପି ହତ୍ୟା କରିବା ପରେ ଏକ ବସ୍ତା ରେ ପୁରାଇ ସସ୍ମିତା ରହୁଥିବା ଘରେ ତାଲା ପକାଇ ଦେଇଥିଲେ ପରେ ସସ୍ମିତା ଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତିକରି ବାଇକ ଯୋଗେ କରିଲୋପାଟଣା ପୋଲ ଉପରୁ ଲୁଣା ନଦୀକୁ ଫିଙ୍ଗି ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି।ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରଦୀପ୍ତ ଫେରାର ଥିବା କେନ୍ଦ୍ରାପଡ଼ା ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ନୀତି ଶେଖର ସୂଚନା ଦେଇଛନ୍ତି।ଅପରପକ୍ଷରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାନେଇ ଅଭିଯୁକ୍ତ ଦୁଃଖିଶ୍ୟାମ କହିଥିବା ବେଳେ ମୃତକଙ୍କ ଝିଅ ଅନିତା ବିଶ୍ୱାଳ ନିଜ ଜୀବନ ଉପରେ ବିପଦ ଥିବା ଓ ଅନ୍ୟ ତିନି ଅଭିଯୁକ୍ତ ଖୁଲାମଖୁଲା ବୁଲୁଥିବା ବେଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କହିଛନ୍ତି।
Byte-ଦୁଃଖିଶ୍ୟାମ ନାୟକ(ସହଯୋଗୀ)
Byte-ଅନିତା ବିଶ୍ୱାଳ(ମୃତକଙ୍କ ଝିଅ)
Byte ନିତୀ ଶେଖର (ଏସପି, କେନ୍ଦ୍ରାପଡା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.