ETV Bharat / state

ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଏସପିଙ୍କ ଷ୍ଟେନୋ ନାଁରେ ଆସିଲା ଅଭିଯୋଗ - କେନ୍ଦ୍ରାପଡ଼ା ଏସପି

ଏସପିଙ୍କ କାର୍ଯ୍ୟାଳୟରେ ଷ୍ଟେନୋ ଭାବେ କାର୍ଯ୍ୟରତ ଥିବା କର୍ମୀଙ୍କ ଗୁଣ୍ଡାରାଜ । ଅଧିକ ପଢନ୍ତୁ...

ଏସପିଙ୍କ କାର୍ଯ୍ୟାଳୟରେ ଷ୍ଟେନୋ ଭାବେ କାର୍ଯ୍ୟରତ ଥିବା କର୍ମୀଙ୍କ ଗୁଣ୍ଡାରାଜ  ।

author img

By

Published : Aug 2, 2021, 7:44 AM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ବଢି ଚାଲିଛି ପୋଲିସର ଆତଙ୍କରାଜ। ପ୍ରଥମେ ଜଣେ ଲେଡି କନେଷ୍ଟବଳ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥାଇ ମଧ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିନ ଦ୍ବିପ୍ରହରରେ ଆକ୍ରମଣ କରିଥିଲେ । ଏହି ଘଟଣା ଥମିନଥିବା ବେଳେ ଏବେ ଦାଦାଗିରି ଦେଖାଇଛନ୍ତି ଏସପିଙ୍କ କାର୍ଯ୍ୟାଳୟରେ ଷ୍ଟେନୋ ଭାବେ କାର୍ଯ୍ୟରତ ଥିବା ଶାରଦା ସାମଲ । ଗତ ସନ୍ଧ୍ୟାରେ ଶାରଦା ସାମଲ ଜଣେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଗୋଡ଼ାଇ ହାଣିବା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅଭିଯୋଗ ଅନୁଯାୟୀ,କେନ୍ଦ୍ରାପଡ଼ା ପାଟକୁରା ଥାନା ବାସୁଦେଇପୁର ଗାଁର ବିଜେପିର କର୍ମୀ ପ୍ରଜେସ ରଞ୍ଜନ ନାୟକ ଗତ ସନ୍ଧ୍ୟାରେ ଜଣେ ବନ୍ଧୁଙ୍କ ସହିତ ଗୋଡ଼ ପ୍ଲାଷ୍ଟର କରିବା ପାଇଁ କରିଲୋପାଟଣା ଯାଉଥିବା ବେଳେ ଚଞ୍ଚପୁର ଠାରେ ଶାରଦା, ତାଙ୍କ ଭାଇ ଏବଂ ଦାଦା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶାରଦା,ପ୍ରଜେଶଙ୍କୁ ମାଡ଼ ମାରି ଏକ କଟୁରି ସାହାଯ୍ୟରେ ତାଙ୍କୁ ବାରମ୍ବାର ହାଣିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇ ପ୍ରଜେସ ପାଟକୁରା ସ୍ୱାସ୍ଥକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.