ETV Bharat / state

କେନ୍ଦ୍ରାପଡାରେ ହେବ ଷ୍ଟିଲ୍ ପ୍ଲାଣ୍ଟ, ଜିଲ୍ଲା ପ୍ରଶାସନକୁ ଅଗୋଚର

author img

By

Published : Aug 22, 2021, 9:30 AM IST

କେନ୍ଦ୍ରାପଡାରେ ମିତ୍ତଲ କମ୍ପାନୀ ୫୦ ହଜାର କୋଟିର ମେଗା ଷ୍ଟିଲ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଛି । ପ୍ରକଳ୍ପ ବାବଦରେ ଜିଲ୍ଲାପାଳଙ୍କ ଅଗୋଚର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ହେବ ଷ୍ଟିଲ୍ ପ୍ଲାଣ୍ଟ, ଜିଲ୍ଲା ପ୍ରଶାସନକୁ ଅଗୋଚର
କେନ୍ଦ୍ରାପଡାରେ ହେବ ଷ୍ଟିଲ୍ ପ୍ଲାଣ୍ଟ, ଜିଲ୍ଲା ପ୍ରଶାସନକୁ ଅଗୋଚର

କେନ୍ଦ୍ରାପଡ଼ା: ଜିଲ୍ଲାରେ ହେବ ୫୦ ହଜାର କୋଟିର ମେଗା ଷ୍ଟିଲ ପ୍ଲାଣ୍ଟ । ମିତ୍ତଲ କମ୍ପାନୀ ଷ୍ଟିଲ୍ ପ୍ଲାଣ୍ଟ କରିବା ନେଇ ପ୍ରତିଶ୍ରୁତି ଦେଇଛି । ଗତକାଲି(ଶନିବାର) ଆର୍ସେଲର ମିତ୍ତଲ କମ୍ପାନୀର ମୁଖ୍ୟ ଲକ୍ଷ୍ମୀନାରାୟଣ ମିତ୍ତଲ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଷ୍ଟିଲ୍ ପ୍ଲାଣ୍ଟ ହେବା ନେଇ ପ୍ରକାଶ କରିଛନ୍ତି ।

ତେବେ ମିତ୍ତଲ ପ୍ରଥମେ ଜଗତସିଂହପୁରର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ସହ ଆଲୋଚନା ପରେ ଜଳପଥରେ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ମହାକଳାପଡା ବତୀଘର ଅଞ୍ଚଳ ବୁଲି ଦେଖିଥିଲେ । ମାତ୍ର ଏନେଇ ଜିଲ୍ଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ । ଏହି ଗସ୍ତଟି ତାଙ୍କର ବ୍ୟକ୍ତିଗତ ଥାଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏଥିସହ ଭବିଷ୍ୟତରେ ଏହି ମେଗା ପ୍ରକଳ୍ପ ପାଇଁ ଯାହା କିଛି ନିର୍ଦ୍ଦେଶାନାମା ଆସିବ ସେଗୁଡିକୁ ପୂରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ପ୍ରକଳ୍ପ ପାଇଁ ଯୋଜନା କରାଯାଉ ଥିବାବେଳେ ଜିଲ୍ଲାପାଳ କିପରି ଜାଣିପାରିଲେ ନାହିଁ ତାକୁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.