ETV Bharat / state

କେନ୍ଦ୍ରାପଡ଼ାରେ ଭିନ୍ନକ୍ଷମଙ୍କ ସୁବିଧା ସୁଯୋଗର ସମୀକ୍ଷା କଲେ ଆୟୁକ୍ତ ସୁଲୋଚନା ଦାସ

author img

By

Published : Mar 9, 2021, 4:48 PM IST

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ-୨୦୧୬ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ାରେ ସମୀକ୍ଷା କଲେ ଓଡି଼ଶା ଭିନ୍ନକ୍ଷମ ଆୟୁକ୍ତଙ୍କ

କେନ୍ଦ୍ରାପଡା: ଓଡ଼ିଶା ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ କିପରି ସହଯୋଗ ମିଳୁଛି, ସେ ସମ୍ପର୍କରେ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କୁ ସାର୍ଟିଫିକେଟ, ରାସନ, ଲୋନ ଯୋଗାଇବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ଆୟୁକ୍ତ ।

ଏଥିସହ କାର୍ଯ୍ୟକ୍ରମରେ କୋଭିଡ ମହାମାରୀ ସମୟରେ ଆୟୁକ୍ତଙ୍କ ନିକଟରେ ଭିନ୍ନକ୍ଷମମାନେ ବିଭିନ୍ନ ବିଷୟରେ କରିଥିବା ଅଭିଯୋଗ ଉପରେ ଆଲୋକପାତ କରାଯାଇଛି । ଭିନ୍ନକ୍ଷମମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ କୌଣସି ବ୍ୟାଙ୍କ ଋଣ ଦେଉନଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଆୟୁକ୍ତ ସୁଲୋଚନା ଦାସ । ପୂର୍ବରୁ ଭିନ୍ନକ୍ଷମମାନେ ଋଣ ନେଇ ପରିଶୋଧ କରିନଥିବାରୁ ବର୍ତ୍ତମାନ କୌଣସି ବ୍ୟାଙ୍କ ଅନ୍ୟମାନଙ୍କୁ ଋଣ ଦେଉନଥିବା କହିଛନ୍ତି । ଏଣୁ ଭିନ୍ନକ୍ଷମମାନେ ସ୍ବାବଲମ୍ବୀ ହେବାପରେ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନରେ ସ୍ବାସ୍ଥ୍ୟ ବିଭାଗ ବିଳମ୍ବ କରୁଥିବାରୁ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁଲୋଚନା ଦାସ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.