ETV Bharat / state

ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ଜନ୍ମୋତ୍ସବ, ବାସୁଦେବ ମନ୍ତ୍ରରେ ପ୍ରକମ୍ପିତ ପରିବେଶ

author img

By

Published : Aug 11, 2022, 7:22 PM IST

ଆଜି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ । ଏହି ଅବସରରେ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଅଧିକ ପଢନ୍ତୁ

ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ, ବାସୁଦେବ ମନ୍ତ୍ରରେ ପ୍ରକମ୍ପିତ ହେଲା ପରିବେଶ

କେନ୍ଦ୍ରାପଡ଼ା: ଆଜି ରକ୍ଷା ବନ୍ଧନ ସାଙ୍ଗକୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିବସ । ଏହି ଅବସରରେ ଆଜି ସକାଳୁ ବଳଦେବଜୀଉଙ୍କ ମନ୍ଦିରରେ ଅସମ୍ଭବ ଭିଡ଼ ଲାଗି ରହିଛି । ମହାପ୍ରଭୁଙ୍କୁ ୧ ଲକ୍ଷ ଆଠ ତୁଳସୀ ଅର୍ପଣ ସହ ବାସୁଦେବ ମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପୁରା ପରିବେଶ । ଶ୍ରୀକ୍ଷେତ୍ରରୁ ଦେବୀ ସୁଭଦ୍ରା ପଠାଇଥିବା ପାଟରାକ୍ଷୀକୁ ପ୍ରଭୁ ବଳଦେବ, ଜଗନ୍ନାଥଙ୍କ ହାତରେ ବନ୍ଧା ଯାଇଥିଲା ।

ଆଜି ମଧ୍ୟାହ୍ନରେ ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ତିଥି ପଡୁଥିବାରୁ ରକ୍ଷାବନ୍ଧନ ଓ ତୁଳସୀ କ୍ଷେତ୍ରାଧିପତି ଶ୍ରୀସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କର ଜନ୍ମୋତ୍ସବ ପାଳନ କରାଯାଇଛି । ବଡ଼ଠାକୁର ବଳଦେବଜୀଉ ମହାପ୍ରଭୁଙ୍କୁ ୧ ଲକ୍ଷ ଆଠ ତୁଳସୀ ଅର୍ପଣ ସହ ଶ୍ରୀବାସୁଦେବ ମନ୍ତ୍ରରେ ସମର୍ପଣ ଅର୍ଘ୍ୟ ଅର୍ପଣ କରାଯାଇଛି । ଏହାସହ ଭିତର ବେଢ଼ାରେ ପ୍ରଭୁଙ୍କ ସମ୍ମୁଖଭାଗରେ ୧ ଲକ୍ଷ ଆଠ ଯଜ୍ଞାହୁତି ଶ୍ରୀବାସୁଦେବ ମନ୍ତ୍ରରେ ବଡ଼ଠାକୁରଙ୍କୁ ବୈଦିକ ବ୍ରାହ୍ମଣଙ୍କ ଦ୍ଵାରା ପ୍ରଦାନ କରାଯାଇଛି ।

ପରେ ପରେ ପ୍ରଭୁଙ୍କ ସମସ୍ତ ବେଶ, ନୀତିକାନ୍ତି କରାଯାଇଛି । ପ୍ରଭୁଙ୍କ ଜନ୍ମଦିନ ପାଇଁ ସମସ୍ତ ଭକ୍ତଙ୍କୁ ଖିରି, ପିଠା ଭୋଗ ବଣ୍ଟନ କରାଯାଇଛି । ଏହି ପବିତ୍ର ଦିନରେ ପ୍ରଭୁଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡା ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ ବେଶ ଭକ୍ତଙ୍କ ସୁଅ ଛୁଟିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.