ETV Bharat / state

‘ବାତ୍ୟା ପୀଡିତଙ୍କ ପାଇଁ ଖୁବ୍‌ଶୀଘ୍ର ଘୋଷଣା ହେବ ସ୍ବତନ୍ତ୍ର ପ୍ୟାକେଜ’ - କେନ୍ଦ୍ରାପଡା

ବାତ୍ୟା ‘ଫନି’ ପରର ଅବସ୍ଥା ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 9, 2019, 3:15 PM IST

କେନ୍ଦ୍ରାପଡା: ବାତ୍ୟା ‘ଫନି’ ପରର ଅବସ୍ଥା ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଜିଲ୍ଲାରେ ବାତ୍ୟା ‘ଫନି’ ସମୟରେ ହୋଇଥିବା କ୍ଷୟକ୍ଷତି, ରିଲିଫ ପ୍ରଦାନ ଓ ପୁନଃ ଉଦ୍ଧାର କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଉଚ୍ଚ ପ୍ରଶଂସା କରିବା ସହିତ ଜିଲ୍ଲାର ସ୍ବତନ୍ତ୍ର ଦାୟିତ୍ବରେ ଥିବା ପ୍ରଦୀପ କୁମାର ଜେନା, ହେମନ୍ତ ପାଢ଼ୀ ଓ ପୂର୍ବତନ ଜିଲ୍ଲାପାଳ ଦାଶରଥୀ ଶତପଥିଙ୍କୁ ସେମାନଙ୍କ ସେବା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ ଜିଲ୍ଲାର 9ଟି ବ୍ଲକର 249ଟି ପଞ୍ଚାୟତ ଓ 2ଟି ପୌରପାଳିକାରେ 41ଟି ୱାର୍ଡର 1592ଟି ଗ୍ରାମରେ 15ଲକ୍ଷ 22ହଜାର 901ଜଣ ଲୋକେ ପ୍ରଭାବିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 1ଲକ୍ଷ 16ହଜାର 693ଜଣଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ 593ଟି ସ୍ଥାନରେ ଫ୍ରି କିଚେନର ବ୍ୟବସ୍ଥା କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି । ଏଥିସହ ରିଲିଫ ସାମଗ୍ରୀ ମଧ୍ୟ ଅତିଶୀଘ୍ର ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

09.05.2019
Radhakanta Mohanty, Kendrapada (AVB)
Slug-od_kpr_chief secretary review_7204459
Anchor-ମହାବାତ୍ୟା ଫୋନି ପରର ଅବସ୍ଥା ସମୀକ୍ଷା କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।ଜିଲ୍ଲାରେ ଗତ ଫୋନି ସମୟରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି, ରିଲିଫ ପ୍ରଦାନ ଓ ପୁନଃରୁଦ୍ଧାର କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଉଚ୍ଚ ପ୍ରଶଂସା କରିବା ସହିତ ଜିଲ୍ଲାର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ପ୍ରଦୀପ କୁମାର ଜେନା,ହେମନ୍ତ ପାଢ଼ୀ ଓ ପୂର୍ବତନ ଜିଲ୍ଲାପାଳ ଦାଶରଥି ଶତପଥିଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ପ୍ରମୁଖ ଶାସନ ସଚିବ।ଜିଲ୍ଲାର ନ'ଟି ବ୍ଲକର ୨୪୯ଟି ପଞ୍ଚାୟତ ଓ ଦୁଇଟି ପୌରପାଳିକାରେ ୪୧ଟି ୱାର୍ଡର ୧୫୯୨ଟି ଗ୍ରାମର ୧୫ଲକ୍ଷ ୨୨ହଜାର ୯୦୧ ଜଣ ଲୋକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୬ହଜାର ୬୯୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନଙ୍କୁ ୫୯୩ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଥିଲା।ତେବେ ଫୋନି ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ଖୁବଶୀଘ୍ର କୌଣସି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କହିବା ସହ ରିଲିଫ ସାମଗ୍ରୀ ଅତିଶୀଘ୍ର ମିଳିବ ବୋଲି ସୂଚନା ଦେଇଛନ୍ତି ପ୍ରମୁଖ ଶାସନ ସଚିବ।
ବାଇଟ-ଆଦିତ୍ୟ ପ୍ରସାଦ ପାଢ଼ୀ(ପ୍ରମୁଖ ଶାସନ ସଚିବ, ଓଡିଶା)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.