ETV Bharat / state

ମାତୃ ଦିବସରେ ମା'କୁ ହତ୍ୟାକରି ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚାହୁଁଥିଲା ପୁଅ, ଏତଲା ପରେ ମାତୃହନ୍ତା ପୁଅକୁ ବାନ୍ଧିଲା ପୋଲିସ୍ - କେନ୍ଦ୍ରାପଡାରେ ମାଆକୁ ହତ୍ୟା କଲା ପୁଅ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା କନପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।ପାରିବାରିକ କଳହରୁ ନୃଶଂସ ହେଲା ପୁଅ । ବିଶ୍ବ ମାତୃତ୍ବ ଦିବସରେ ମାଆକୁ ହତ୍ୟା କଲା ଜହ୍ଲାଦ ପୁଅ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଅଭାବନୀୟ ଘଟଣା: ମାଆକୁ ହତ୍ୟା କଲା ପୁଅ

author img

By

Published : May 11, 2022, 4:39 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା କନପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପାରିବାରିକ କଳହରୁ ନୃଶଂସ ହେଲା ପୁଅ । ବିଶ୍ବ ମାତୃତ୍ବ ଦିବସରେ ମାଆକୁ ହତ୍ୟା କଲା ଜହ୍ଲାଦ ପୁଅ ।ସାରା ବିଶ୍ୱ ମାତୃଦିବସ ପାଳନ କରୁଥିବାବେଳେ ଠିକ୍‌ ସେହିଦିନ ସମ୍ପତ୍ତି ପାଇଁ ଜନ୍ମକଲା ମା'କୁ ତଣ୍ଟି ଚିପି ହତ୍ୟା କରିଛି ପୁଅ । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କନପୁର ଗାଁ'ର ଦ୍ରୌପଦୀ ବାରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପୁଅ ସଞ୍ଜୀବ ବାରିକ ।

କେନ୍ଦ୍ରାପଡାରେ ଅଭାବନୀୟ ଘଟଣା: ମାଆକୁ ହତ୍ୟା କଲା ପୁଅ

ତେବେ ହତ୍ୟା କରିବା ପରେ ନିଜ ଭିଣୋଇ ଓ ପରିବାର ଲୋକଙ୍କ ସହାୟତାରେ ପ୍ରମାଣ ନଷ୍ଟ କରିବାକୁ ମା'ର ମୃତଦେହକୁ ପୋଡି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତିନିଦିନ ପରେ ଅର୍ଥାତ ଗତକାଲି ଦ୍ରୌପଦୀଙ୍କର ଭାଇ ଭଦ୍ରକ ଧୂସୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧୂସୁରୀ ପୋଲିସ ଓ ରାଜକନିକା ପୋଲିସ ପଟ୍ଟାମୁଣ୍ଡାଇ ଏସଡିପିଓ ପ୍ରଥମେ ସହଯୋଗୀ ଭିଣୋଇ ନିରାକାର ନାୟକକୁ ଗିରଫ କରିବା ପରେ ସନ୍ଧ୍ୟାରେ ନୃଶଂସ ପୁଅ ସଞ୍ଜୀବକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମୁମ୍ବାଇରେ ଏକ ପ୍ଲଟ ଦ୍ରୌପଦୀଙ୍କ ନାମରେ ରହିଥିବା ବେଳେ ଏହାକୁ ବିକ୍ରି କରିବା ପାଇଁ ପୁଅ ସଞ୍ଜୀବ ମାଆ ଉପରେ ବାରମ୍ବାର ଚାପ ପକାଉଥିଲା । ଏଥିରେ ଦ୍ରୌପଦୀ ରାଜି ନହେବାରୁ ଗୁଜୁରାଟରେ ରହୁଥିବା ବେଳେ ଗତ ୫ଦିନ ତଳେ ଘରକୁ ଫେରି ମାଆ ଦ୍ରୌପଦୀଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଥିଲା ଜହ୍ଲାଦ ପୁଅ । ଏପଟେ ହତ୍ୟାକାଣ୍ଡକୁ ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲା ଜହ୍ଲାଦ ପୁଅ ।

ଏହାପରେ ହତ୍ୟାକାଣ୍ଡର ପରଦିନ ପଡୋଶୀଙ୍କୁ ମାଆ ଦ୍ରୌପଦୀ ଫୋନ୍‌ ଉଠାଉନଥିବା କହିବାରୁ ପଡୋଶୀ ଦ୍ରୌପଦୀଙ୍କ ଘରକୁ ଯାଇ ଦେଖିଥିଲେ । ହେଲେ ସେଠାରେ ଦୌପଦୀ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ପଡୋଶୀ ଏନେଇ ପୁଅ ସଂଜୀବଙ୍କୁ ଜଣାଇବାରୁ ସେ ତିନିଘଣ୍ଟା ଅନ୍ତରରେ ଆସି ପହଞ୍ଚି ନିଜ ମାଆର ଅନ୍ତ୍ୟଷ୍ଟି କ୍ରିୟା ଭିଣୋଇ ଓ ବନ୍ଧୁବର୍ଗଙ୍କ ସହଯୋଗରେ ସମାପନ କରିଥିଲା ।

ଅନ୍ୟପଟେ ମାମୁଁ ତଥା ମୃତ ଦ୍ରୌପଦୀଙ୍କ ଭାଇ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜକନିକା ପୋଲିସ ସହାୟତାରେ ଅଭିଯୁକ୍ତ ପୁଅ ସଞ୍ଜୀବ ଓ ମୃତଦେହ ସଂସ୍କାର କରିବାରେ ସହଯୋଗ ପାଇଁ ଦ୍ରୌପଦୀଙ୍କ ଜ୍ବାଇଁଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ରାଜକନିକା ଥାନା ଅଧିକାରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.