ETV Bharat / state

ଶାଶୁ ଶ୍ବଶୁରଙ୍କୁ ଜ୍ବାଇଁର ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି - ପ୍ରତିଶୋଧ ନେଲା ଜ୍ବାଇଁ

ଝିଅକୁ ଅନ୍ୟତ୍ର ବିବାହ କରିବାକୁ ପ୍ରତିଶୋଧ ନେଲା ଜ୍ବାଇଁ । ଶାଶୁ ଶ୍ବଶୁରଙ୍କୁ ଜ୍ବାଇଁର ମରଣାନ୍ତକ ଆକ୍ରମଣ । ଅଧିକ ପଢନ୍ତୁ

son in law attacked mother in law
son in law attacked mother in law
author img

By

Published : May 3, 2023, 3:16 PM IST

ଶାଶୁ ଶ୍ବଶୁରଙ୍କୁ ଜ୍ବାଇଁର ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡା: ଶ୍ବଶୁର ଘରେ ପ୍ରଥମ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଝିଅକୁ ଅନ୍ୟତ୍ର ବିବାହ କରିବାରୁ ପ୍ରତିଶୋଧ ନେଲା ଜ୍ବାଇଁ । କଂସାର ଗ୍ରାମର ଜଣେ ନାବାଳିକା ସହ ବିବାହ କରିଥିଲା ବାଇପୁର ଗ୍ରାମର ଆଲୋକ ପ୍ରଧାନ ନାମକ ଯୁବକ । ବିବାହ ପରେ ପତ୍ନୀକୁ ନିର୍ଯାତନା ଦେବା ସହ ଭରଣପୋଷଣ କରିବାକୁ ଅକ୍ଷମ ହେବାରୁ ଝିଅକୁ ଘରକୁ ନେଇ ଯାଇଥିଲେ ଆଲୋକର ଶ୍ବଶୁର । ଝିଅର ସଂସାର ଗଢ଼ିବାକୁ ତାକୁ ଅନ୍ୟତ୍ର ବିବାହ କରାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାତି ଅଧରେ ଘରେ ପଶି ଶାଶୁ, ଶ୍ବଶୁରଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଆଲୋକ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ସେପଟେ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଥାନାରେ ଆଲୋକଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ସଦର ଥାନା ପୋଲିସ ।

ପଡୋଶୀଙ୍କ କହିବା ଅନୁସାରେ, କଂସାର ଗ୍ରାମର ଗଗନଙ୍କ ଝିଅକୁ ବାଇପୁର ଗ୍ରାମର ଆଲୋକ ପ୍ରଧାନ ଦୀର୍ଘଦିନ ଧରି ଭଲ ପାଉଥିଲେ । ତେବେ ୨ ବର୍ଷେ ପୂର୍ବେ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିଲେ । ସେଠାରେ ଦୁହେଁ ବିବାହ ହୋଇଯାଇଥିଲେ । ତେବେ ବିବାହର କିଛି ଦିନ ପରେ ଆଲୋକ ତାଙ୍କ ପତ୍ନୀ ତଥା ଗଗନଙ୍କ ଝିଅକୁ ବାରମ୍ବାର ନିର୍ଯାତନା ଦେଇଥିଲେ । ତେବେ ଭରଣ ପୋଷଣ କରି ନପାରିବାରୁ ବାପା ଯାଇ ନିଜ ଝିଅକୁ ଘରକୁ ଫେରାଇ ଆଣିଥିଲେ । ଝିଅର ଭବିଷ୍ୟତକୁ ସୁଧାରିବା ପାଇଁ ଝିଅକୁ ଅନ୍ୟତ୍ର ବିବାହ କରିବା ପାଇଁ ସ୍ଥିର କରିଥିଲେ ବାପାମଆ । ଏହାପରେ ଗତ 4 ମାସ ତଳେ ଗଗନ ତାଙ୍କ ଝିଅକୁ ଅନ୍ୟ ଆଡେ ବାହା କରି ଦେବାରୁ ରକ୍ତମୁଖା ପାଲଟିଲା ଜ୍ବାଇଁ । ପ୍ରତିଶୋଧ ପରାୟଣ ହୋଇ ଶାଶୁ ଶ୍ବଶୁରକୁ ଏଭଳି ଆକ୍ରମଣ କରିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଏସଏଏମ ବୋର୍ଡ ଓ ଆଇସିଆରଆଇଏସଏଟି ମଧ୍ୟରେ ରାଜିନାମା, କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ

ଦୁର୍ବୃତ୍ତ ଆଲୋକ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲା । ଗଗନଙ୍କ ନାବାଳକ ପୁଅ ଆଲୋକ ତାଙ୍କୁ ଗାମୁଛାରେ ବାନ୍ଧି ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ଦୁର୍ବୃତ୍ତ ଆଲୋକଙ୍କୁ କାବୁ କରିବା ସହ ସଦର ଥାନା ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚିବା ପରେ ଆଲୋକଙ୍କୁ ଗ୍ରାମବାସୀ ହସ୍ତାନ୍ତର କରିଥିଲେ । ଗୁରୁତର ଅବସ୍ଥାରେ ଗଗନ ଏବଂ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏବେ ଗଗନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.