ETV Bharat / state

ସରିଲା ବଳଦେବଜୀଉଙ୍କ ସ୍ନାନଯାତ୍ରା, ଆଜି ଯିବେ ଅଣସର ଗୃହ

ତୁଳସୀ କ୍ଷେତ୍ରରେ ସ୍ବତନ୍ତ୍ର ନୀତିକାନ୍ତିରେ ଅନୁଷ୍ଠିତ ହୋଇଛି ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ । ୧୦୮ କଳସୀ ସୁବାସିତ ଜଳରେ ମହାସ୍ନାନ କରିଥିଲେ ତିନିଠାକୁର ।

author img

By

Published : Jun 17, 2019, 11:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରତ୍ନମଣ୍ଡପରୁ ବାହାରି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜୀଉ । ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ପୂଜାବିଧି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀଉଙ୍କ ସ୍ନାନ ଉତ୍ସବରେ ସମସ୍ତ ନୀତିକାନ୍ତି ଭୋରରୁ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକପଣ୍ଡାମାନେ ଧାଡିପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା । ଏହା ପରେ ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କୁ ୧୦୮ କଳସୀ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା ।

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ମସ୍ତକ ଉପରେ ଜଳ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ତିନିଠାକୁରଙ୍କ ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ଶ୍ରୀଜୀଉଙ୍କୁ ଧାଡି ପହୁଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଛି ।

ତୁଳସୀକ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୁଳ ହୋଇ ୧୪ଟି ଚକ ୭ଟି ଅଖରେ ଯୋଚାଯାଇ ଥାଏ । ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇ ରଥ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ । ଆଉ ସ୍ନାନ ମଣ୍ଡପରେ ଶ୍ରୀବଳଦେବ ଜୀଉ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ସୋମବାର ଶ୍ରୀଜୀଉମାନେ ମହାସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ଘରେ ଚିକିତ୍ସିତ ହେବେ । ଆସନ୍ତା ଜୁଲାଇ ୨ ତାରିଖରେ ନବଯୌବନ ପରେ ଜନ୍ମବେଦୀକୁ ରଥରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

17.06.2019
Radhakanta Mohanty, Kendrapada
Slug-od_kpr_snanapurnnima_script_7204459
Anchor-ରତ୍ନମଣ୍ଡପରୁ ସ୍ନାନବେଦୀରେ ଶ୍ରୀଜୀଉ।ଆଜି ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀୟୁଙ୍କର ସ୍ୱତନ୍ତ୍ର ପୂଜାବିଧି କରାଯାଉଛି।
VO1- କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ନୀତିକାନ୍ତି ଭୋରରୁ ଆରମ୍ଭ ହୋଇଥିବା ବେଳେ ସକାଳ ୬ଟାରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସେବକପଣ୍ଡାମାନେ ଧାଡିପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆରତୀ ,ନୀତି ସ୍ନାନ ,ବଲ୍ଲଭ ଭୋଗ , ମଙ୍ଗଳାର୍ପଣ  କରାଯାଇଥିଲା । ଏହା ପରେ ସ୍ନାନମଣ୍ଡପରେ ଶ୍ରୀଜୀୟୁମାନଙ୍କୁ ୧୦୮ କଳସିରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ୧୦୮କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀୟୁମାନେ ଗଜାବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜିୟୁମାନଙ୍କୁ ଧାଡି ପହୁଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଛି ।
Byt1-ସୁକୁମାର ପରିଡା(ଭକ୍ତ)
Byt2-ନୃସିଂହ ପ୍ରସାଦ ପତ୍ରୀ(ପୁଜାପଣ୍ଡା)
VO2-ତୁଳସୀକ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ୭ଟି ଅଖରେ ଯୋଚାଯାଇ ଥାଏ । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇ ରଥ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ । ଆଉ ସ୍ନାନ ମଣ୍ଡପରେ ଶ୍ରୀବଳଦେବ ଜୀୟୃ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ଆଜି ଠାରୁ ଶ୍ରୀ ଜୀୟୃମାନେ ମହାସ୍ନାନ କରି ଜ୍ବରରେ ପିଡିତ ହୋଇ ଅନବସର ଘରେ ଚିକିତ୍ସା ହେବେ ।ଆସନ୍ତା ଜୁଲାଇ ୨  ତାରିଖରେ ନବଯୌବନ ପରେ ମାଉସୀ ଘରକୁ ରଥଯାତ୍ରା କରି ଭକ୍ତମାନଙ୍କୁ ଆଶିର୍ବାଦ ପ୍ରଦାନ କରିବେ ଶ୍ରୀଜୀୟୁ।
Byt3-ବଳରାମ ପତ୍ରୀ(ମୁଖ୍ୟ ପୂଜକ)
Byt4-ଶଶୀଭୂଷଣ ବେହେରା(ବିଧାୟକ,କେନ୍ଦ୍ରାପଡ଼ା)
Byt5-ରଘୁନାଥ ମହାରଣା(ମୁଖ୍ୟ ରଥ କାରିଗର)
FVO-ଆଜି ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.