ETV Bharat / state

ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମଣି ବିଗ୍ରହ

author img

By

Published : Jun 4, 2023, 9:33 PM IST

ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶର ଦର୍ଶନ ଦେଲେ ବଳଦେବଜୀଉ । ଅଧିକ ପଢ଼ନ୍ତୁ

snana purnima ritual of lord baladevjew
ବଳଦେବଜୀଉଙ୍କ ସ୍ନାନ ଯାତ୍ରା
ବଳଦେବଜୀଉଙ୍କ ସ୍ନାନ ଯାତ୍ରା

କେନ୍ଦ୍ରାପଡ଼ା: ଦେବସ୍ନାନ ପୂର୍ଣ୍ଣିମାରେ ରତନ ବେଦୀରୁ ଓହ୍ଲାଇ ଆସି ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ମଣି ବିଗ୍ରହ । ସାମାନ୍ୟ ବିଳମ୍ବ ସତ୍ତ୍ୱେ ପୂର୍ବାହ୍ନରେ ସେବାୟତ ସମୂହ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଆଣିଛନ୍ତି । ପୂର୍ବାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ମଙ୍ଗଳ ଆଳତୀ କରାଯାଇ ପୂର୍ବ ରାତ୍ରିରୁ ଅଭିମନ୍ତ୍ରିତ ହୋଇ ରହିଥିବା ୧୦୮ ଗରା ସୁବାସିତ ଜଳରାଶିରେ ସେବାୟତମାନେ ସ୍ନାନ କରାଇଛନ୍ତି ।

ବର୍ଷକେ ଥରେ ଶ୍ରୀଜିଉ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଅନ୍ୟ ଏକ ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାରେ ବ୍ରହ୍ମ ତାଳଧ୍ୱଜ ରଥର ଚକରେ ଅଖ ସଂଯୋଗ କରାଯିବା ବିଧି ରହିଛି । ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ବିଧିରେ ସାମାନ୍ୟ କାର୍ଯ୍ୟକ୍ରମ ସମୟ ବିଳମ୍ବ ହୋଇଥିବା ବେଳେ ମଧ୍ୟାହ୍ନରେ ଶ୍ରୀଜିଉଙ୍କ ପାଇଁ ଭୋଗଲାଗି କାର୍ଯ୍ୟକ୍ରମ ହୋଇଛି । ଗତ ଅକ୍ଷୟ ତୃତୀୟା ଠାରୁ ଭିତର ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଗତ ରାତିରେ ଏହା ସମାପିତ ହୋଇଛି । ମନ୍ଦିର ପରିଚାଳନା ବୋର୍ଡର ନିଷ୍ପତ୍ତି ଅନୁଯାୟୀ, ଆଜି ପୂର୍ବାହ୍ନରେ ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯିବା, ଜୟମଙ୍ଗଳା ଆଳତୀ,ବଲ୍ଲଭ ମଣୋହୀ, ମଙ୍ଗଳାର୍ପଣ, ଅପରାହ୍ନରେ ଗଜବଦନ ବେଶ ଦର୍ଶନ, ଖେଚୁଡ଼ି ଧୂପ ଓ ରାତ୍ର ୧୦ ଘଟିକାରେ ଅଣସର ଘର ପ୍ରବେଶ କରାଯିବ ବୋଲି ସ୍ଥିର କରାଯାଇଛି ।

ଏନେଇ ମନ୍ଦିର ସେବାୟତ କହିଛନ୍ତି,"ତୁଳସୀ କ୍ଷେତ୍ରରେ ୧୨ ମାସରେ ୧୩ଟି ଯାତ୍ରା ଅତି ଧୂମଧାମରେ ପାଳନ କରାଯାଏ । ସେଥି ମଧ୍ୟରୁ ପ୍ରଭୁ ବଳଦେବଜୀଉଙ୍କ ସ୍ନାନ ଯାତ୍ରା ଅନ୍ୟତମ । ଘୋଷ ଯାତ୍ରା ପୂର୍ବରୁ ଏହାକୁ ଆଦ୍ୟ ଯାତ୍ରା ବୋଲି କୁହାଯାଏ । ମହାପ୍ରଭୁ ରତ୍ନବେଦୀରୁ ସିଧାସଳଖ ଧାଡିପହଣ୍ଡି ହୋଇ ସ୍ନାନ ମଣ୍ଡପକୁ ଯାତ୍ରା କରିଥାନ୍ତି । ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ଯେତେବେଳେ ମହାପ୍ରଭୁ ପାତାଳି ହୋଇଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆଜିର ଦିନରେ ମହାପ୍ରଭୁଙ୍କୁ ଉଦ୍ଧାର କରି ଶ୍ରୀଅଙ୍ଗରେ ସ୍ନାନ କରାଇଥିଲେ । ଏହା ସ୍କନ୍ଦ ପୂରାଣ ଓ ବ୍ରହ୍ମ ପୂରାଣରେ ଲିପିବଦ୍ଧ ଅଛି ।" ଆଜି ମଣି ବିଗ୍ରହଙ୍କ ସ୍ନାନ ଓ ଗଜ ବଦନ ବେଶ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଗରମ ସତ୍ତ୍ୱେ ଭକ୍ତମାନଙ୍କ ଗହଳି ଲାଗି ରହିଛି । ପ୍ରଭୁ ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରି ଜଗତର ମଙ୍ଗଳ କାମନା କରିଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.