ETV Bharat / state

୬ ମାସରୁ ବନ୍ଦ ଶ୍ରୀବଳଦେବଜୀଉ ମନ୍ଦିର, ଦୁର୍ଦ୍ଦିନରେ 700ରୁ ଊର୍ଦ୍ଧ୍ବ ସେବାୟତ ପରିବାର - shree baladevjew temple latest news

କୋରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମନ୍ଦିର । ଏଥିଲାଗି ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଥିବା ତୁଳସୀକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଏବେ ନିସ୍ତବ୍ଧ । ହେଲେ ଶ୍ରୀ ଜୀଉଙ୍କ ସମସ୍ତ ନୀତିକାନ୍ତି ଜାରି ରଖିଛନ୍ତି ସେବାୟତମାନେ । ଆଉ ସେହି ସେବକ ଆଜି ଦୁର୍ଦ୍ଦିନରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

୬ମାସ ହେଲା ବନ୍ଦ ରହିଛି ଶ୍ରୀ ବଳଦେବଜୀଉଙ୍କ ମନ୍ଦିର , ଦୁର୍ଦ୍ଦିନରେ ସେବାୟତ ପରିବାର

author img

By

Published : Oct 6, 2020, 5:29 PM IST

କେନ୍ଦ୍ରାପଡା: ଦୀର୍ଘ ୬ମାସରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଛି ଓଡିଶା ପ୍ରସିଦ୍ଧ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର। କୋରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଛି ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର। ପୂର୍ବରୁ ବର୍ଷସାରା ମନ୍ଦିରରେ ଭକ୍ତଙ୍କ ସମାଗମ ଲାଗି ରହୁଥିବା ବେଳେ ସେମାନଙ୍କର ଦର୍ଶନୀ, ଦକ୍ଷିଣା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଦିଆଯାଉଥିବା ଅବଢ଼ା ବିକ୍ରି କରି ସେବାୟତ ସମ୍ପ୍ରଦାୟ ବର୍ଷସାରା ଚଳି ଆସୁଥିଲେ । କିନ୍ତୁ ମହାମାରୀ ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ସେବାୟତଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ ହୋଇଛି। ମାସେ କି ଦୁଇମାସ ଜେନତେନ ପ୍ରକାର ଚଳି ଯାଇଥିବା ସେବାୟତ ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବୃତ୍ତି ହରା ହୋଇଥିବାରୁ ନିଜର ଜୀବନ କିପରି ବଞ୍ଚାଇବେ ସେନେଇ ଚିନ୍ତାରେ।

୬ ମାସରୁ ବନ୍ଦ ଶ୍ରୀବଳଦେବଜୀଉ ମନ୍ଦିର, ଦୁର୍ଦ୍ଦିନରେ 700ରୁ ଊର୍ଦ୍ଧ୍ବ ସେବାୟତ ପରିବାର

ଅନ୍ୟପଟେ ଶ୍ରୀ ଜୀଉଙ୍କ ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ସମ୍ପନ୍ନ ହେଉଛି । କିନ୍ତୁ ଅର୍ଥାଭାବରୁ ଚିନ୍ତାରେ ପଡିଯାଇଛନ୍ତି ପ୍ରାୟ ୧୫୦ ନିୟମିତ ସେବାୟତଙ୍କ ସାଙ୍ଗରେ ୭୦୦ରୁ ଉର୍ଦ୍ଧ୍ବ ସେବାୟତ। ସେହିପରି ମନ୍ଦିର ପରିସରେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଦୁଃଖ ମଧ୍ୟ କହିଲେ ନସରେ। ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବା ବେଳେ ଅରୁଣ ସ୍ତମ୍ଭ ନିକଟରୁ ଭଗବାନଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ଭକ୍ତ।

ଏପଟେ କେନ୍ଦ୍ର ଓ ରାଜ୍ୟ ସରକାର ଚଳିତ ମାସ ଠାରୁ ସମସ୍ତ ଜନଗହଳି ସ୍ଥାନମାନଙ୍କୁ ସର୍ବସାଧାରଣଙ୍କ ପାଇଁ ଖୋଲୁଥିବା ବେଳେ ମନ୍ଦିର ଗୁଡିକୁ ବନ୍ଦ ରଖିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ତୁଳସୀକ୍ଷେତ୍ର ଗବେଷକ ତଥା ସେବାୟତ। ବଳଦେବଜୀଉଙ୍କ ସେବା ପାଇଁ ପତ୍ରୀ, ପଣ୍ଡା, ମେକାପ, କର ଓ ସୁଆର ସେବକ ରହିଛନ୍ତି । ଏହି ଜଟିଳ ସମୟରେ ଏମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସେବାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିନ୍ତୁ ବଡ଼ ଦୁର୍ଭାଗ୍ୟର କଥା, ଏଯାବତ ସେବାୟତ ମାନଙ୍କୁ ସେହି ସହାୟତା ରାଶି ମିଳିପାରିନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ପୂଜାପଣ୍ଡା। ଗୋଟିଏ ପଟେ ରାଜ୍ୟ ସରକାର ସେବାୟତ ମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଥିବା ବେଳେ ଯାହା ସହାୟତା ସାଂସଦ ଦେଇଛନ୍ତି ତାହା ମିଳିବାକୁ ମଧ୍ୟ 4ମାସ ସମୟ ବିତିଗଲାଣି।

କେବଳ ମହାବାହୁ ଆଗରେ ହାତଯୋଡି ଗୁହାରି କରିବା ଛଡା ଆଉ କିଛି ବାଟ ନାହିଁ ବୋଲି ଦୁଃଖରେ କହିଛନ୍ତି ସେବାୟତ। ସାଂସଦଙ୍କ ଟଙ୍କା ସେବାୟତଙ୍କୁ ନମିଳିବା ନେଇ ମନ୍ଦିର ଦେବୋତ୍ତର ବିଭାଗର ସୁପରଭାଇଜରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ କମିଶନଙ୍କ ଚିଠି ଆସିଛି। ସେବାୟତଙ୍କ ବିଭାଗୀକରଣ କରାଯାଇ କାହାକୁ କେତେ ଅର୍ଥରାଶି ଦିଆଯିବ ତାହା ସ୍ଥିର କରାଯିବ ।

ମନ୍ଦିର ଖୋଲିବାକୁ ନେଇ କୌଣସି ଗାଇଡ଼ଲାଇନ ଆସିନଥିବା ବେଳେ ସେବାୟତ ମାନଙ୍କ ଦୁର୍ଦ୍ଦଶା ଏଭଳି ଆଉ କେତେଦିନ ରହିବ ତାହା ସମୟ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.