ETV Bharat / state

ମହିଳା ମହାସଂଘ ଅର୍ଥ ହଡପ ଘଟଣା, ଅଭିଯୋଗର ଦଶ ମାସ ପରେ ସିଆରପି ବବିତା ଗିରଫ - ଜୁଆଣିଆ ପଞ୍ଚାୟତର ମହାସଂଘ

ଜାଲ ଦସ୍ତଖତ କରି ଏମବିକେ ଓ ସିଆରପି ଖାଇଗଲେ ଟଙ୍କା । ଜୁଆଣିଆ ପଞ୍ଚାୟତର ମହାସଂଘରୁ ଟଙ୍କା ହଡପ ଘଟଣାରେ ସିଆରପି ବବିତା ଗିରଫ । ଅଧିକ ପଢନ୍ତୁ

ମହିଳା ମହାସଂଘ ଅର୍ଥ ହଡପ ଘଟଣା
ମହିଳା ମହାସଂଘ ଅର୍ଥ ହଡପ ଘଟଣା
author img

By

Published : Dec 12, 2022, 12:42 PM IST

ମହିଳା ମହାସଂଘ ଅର୍ଥ ହଡପ ଘଟଣା

କେନ୍ଦ୍ରାପଡା: ଜୁଆଣିଆ ପଞ୍ଚାୟତର ମହାସଂଘ ପାଣ୍ଠିରୁ 17 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ ଘଟଣା । ଫେରାର ଥିବା ସିଆରପି ବବିତା ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଆଳି ପୋଲିସ l ମହାସଂଘର ସଭାପତି ଓ ସଂପାଦକଙ୍କ ଜାଲ ଦସ୍ତଖତ କରି ସିଆରପି ବବିତା ସାମଲ ଓ ଏମବିକେ ବବିତାଙ୍କ ଝିଅ ବୈଶାଖୀ ଲକ୍ଷାଧିକ ଟଙ୍କା ଆତ୍ମସାତ କରି ନେଇଥିବା ଗତ ମାର୍ଚ୍ଚ ମାସରେ ଆଳି ବିଡ଼ିଓ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ୧୦ ମାସ ପରେ ସିଆରପି ବବିତାଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଝିଅ ଫେରାର ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଛି । ପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ମହାସଂଘ ଗଠନ କରି ଏଥିରେ ବିଭିନ୍ନ ପଦପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ତେବେ ଆଳି ବ୍ଲକ ଜୁଆଣିଆ ପଞ୍ଚାୟତର 56ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ମହାସଂଘ ଗଠନ ହୋଇଥିଲା ଏବଂ ଏଗୁଡିକର ସଠିକ ପରିଚାଳନା ଦାୟିତ୍ୱ ଏମବିକେ ଓ ସିଆରପି ଦୁହେଁ ମିଳିତ ଭାବେ ତୁଲାଉଥିଲେ। କିନ୍ତୁ ମହାସଂଘର ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଜାଲ ଦସ୍ତଖତ ଜରିଆରେ ସିଆରପି ବବିତା ସାମଲ ଓ ଏମବିକେ ବବିତାଙ୍କ ଝିଅ ବୈଶାଖୀ 17 ଲକ୍ଷ 96 ହଜାର ଆତ୍ମସାତ କରି ନେଇଥିଲେ । ଏନେଇ ମାର୍ଚ୍ଚ ମାସରେ ପଞ୍ଚାୟତର ମହାସଂଘ ଓ ଆଳି ବିଡିଓ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର 10 ମାସ ପରେ ପୋଲିସ ରବିବାର ସିଆରପି ବବିତାଙ୍କୁ ଗିରଫ କରିଥିବା ବେଳେ ଏମବିକେ ତଥା ବବିତାଙ୍କ ଝିଅ ବୈଶାଖୀ ଫେରାର ଅଛନ୍ତି।

ତେବେ ବିଭିନ୍ନ ସମୟରେ ଏହି ଦୁଇ ମାଝିଅଙ୍କୁ ଗିରଫ କରିବା ପାଇଁ ମହାସଂଘ ପକ୍ଷରୁ ଆଳି ବ୍ଲକ କାର୍ଯ୍ୟାଳୟ, ଅଭିଯୁକ୍ତଙ୍କ ଘର ଓ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଗତକାଲି ବବିତା ନିଜ ଘରକୁ ଆସିଥିବା ଖବର ପାଇ ଆଳି ପୋଲିସ ବବିତାଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.