ETV Bharat / state

ଦୁର୍ଘଟଣାରେ କଟିଗଲା ଗୋଡ, କଟା ଗୋଡ଼ ଧରି ମେଡିକାଲରେ ପହଞ୍ଚିଲେ ଆହତ - ଜଜାଙ୍ଗ ଏସପି ଅଫିସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

କେନ୍ଦ୍ରାପଡା ଜିଲ୍ଲା ଜଜାଙ୍ଗ ଏସପି ଅଫିସ ନିକଟରେ ସଡକ ଦୁର୍ଘଟଣାରେ କଟିଗଲା ଯୁବକଙ୍କ ଗୋଡ । କଟା ଗୋଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ଯୁବକ । ଅଧିକ ପଢନ୍ତୁ

road accident in kendrapara
road accident in kendrapara
author img

By

Published : Feb 23, 2023, 12:57 PM IST

road accident in kendrapara

କେନ୍ଦ୍ରାପଡା: ଜିଲ୍ଲା ଜଜାଙ୍ଗ ଏସପି ଅଫିସ ନିକଟରେ ସଡକ ଦୁର୍ଘଟଣା । ବାଇକ-ପିକଅପ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ ଆରୋହୀଙ୍କ ବାମ ଗୋଡ଼ ଛିଡି ଯାଇ ପ୍ରାୟ 20ଫୁଟ ଦୂରରେ ପଡ଼ିଥିଲା । କଟା ଗୋଡ଼ ନେଇ ମେଡିକାଲରେ ପହଞ୍ଚିଲେ ରୋଗୀ । ବୁଧବାର ସନ୍ଧ୍ୟାରେ ହୋଇଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ତେବେ ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସମାଗମ ହୋଇଥିଲା । ଏହାପରେ ସଙ୍ଗେସଙ୍ଗେ ଯୁବକଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାସହ ଛିଣ୍ଡି ଯାଇଥିବା ଗୋଡକୁ ସ୍ଥାନୀୟ ଲୋକେ ଏକ ଜରିରେ ଭର୍ତ୍ତି କରି ହସ୍ପିଟାଲକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉତ୍ତମ ଚିକିତ୍ସା ପାଇଁ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପ୍ରକୃତ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ଘର ଆଳି ଅଞ୍ଚଳର ବୋଲି ଜଣାପଡିଛି ।

ତେବେ କଟକ ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା ନୂଆ କଥା ହୋଇନଥିବା ବେଳେ ଏଥିପାଇଁ ପରିବହନ ବିଭାଗ ସଜାଗ ହେଉନଥିବାରୁ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ଦୁର୍ଘଟଣା ଘଟୁଛି । ପୂର୍ବରୁ କଟା ପାପୁଲି ଓ କଟା ହାତ ଯୋଡି କଟକ ବଡ଼ ଡ଼ାକ୍ତରଖାନା ଏକ ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତଥର ପୁଣି ସର୍ଜ୍ଜରୀ ଟିମ ଦ୍ୱାରା ସାଧିତ ହୋଇପାରେ ବୋଲି ଆଶା ରଖାଯାଇଛି।

ଏହା ମଧ୍ୟ ପଢନ୍ତୁ: ସଫେଇ କର୍ମଚାରୀ ସଂଘର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ପାଳନ, ଯାନବାହନ ଚଳାଚଳ ଠପ

ପ୍ରକାଶଥାଉକି, ଗତ ୨୦୨୦ ମସିହାରେ ଦୁଇ ଜଣ ଲୋକଙ୍କ କଟାହାତକୁ ସହଜରେ ଯୋଡିବାରେ ସଫଳ ହୋଇଥିବା ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ । ହାତ କଟି ଶରୀରରୁ ଅଲଗା ହେବାର ୪ ଘଣ୍ଟା ଭିତରେ ରୋଗୀ ମେଡିକାଲରେ ପହଞ୍ଚିବାରୁ ଏହା ସମ୍ଭବପର ହୋଇପାରିଥିଲା ବୋଲି ଡାକ୍ତର କହିଥିଲେ । ତେବେ ଅସ୍ତ୍ରୋପଚାର ପରେ ଉଭୟଙ୍କ ହାତ କାମ ମଧ୍ୟ କରିଥିଲା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶିମୁଳିଆର ଦେବୀ ପ୍ରସାଦ ସ୍ବାଇଁ ଏବଂ ଢେଙ୍କାନାଳ ଜିଲ୍ଲାର ମନୋଜ ମଲ୍ଲିକଙ୍କ କଟା ହାତକୁ ଯୋଡିବାରେ ସଫଳ ହୋଇଥିଲେ ଡାକ୍ତର । ୨୦ ଜଣିଆ ଟିମ ଦୀର୍ଘ ୭ ଘଣ୍ଟା ଧରି ଅପରେସନ କରିଥିଲେ । ଦୀର୍ଘ ୧୫ ବର୍ଷ ପରେ ଏଭଳି ଅସ୍ତ୍ରୋପଚାର ଏସସିବିରେ ସଫଳ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.