କେନ୍ଦ୍ରାପଡା: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୭ଜଣ ଗୁରୁତର । ଏଭଳି ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ କଏଥା ଗାଁରେ । ଗତ ରାତିରେ କଏଥା ଗାଁର କେଳୁଚରଣ ଜେନାଙ୍କ ପରିବାରର ସମସ୍ତ ସଦସ୍ୟ ଖାଦ୍ୟ ଖାଇ ଶୋଇଥିଲେ, ହଠାତ ମଧ୍ୟରାତ୍ରରେ ପରିବାର ୭ ଜଣ ସଦସ୍ୟ ଅସୁସ୍ଥ ଅନୁଭବ କରିଥିଲେ।
ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଅସୁସ୍ଥଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେମାନଙ୍କ ଏବେ ଚିକିତ୍ସା ଜାରି ରହିଛି । କୌଣସି କାରଣରୁ ରାତିରେ ଖାଇଥିବା ଖାଦ୍ୟ ବିଷାକ୍ତ ହୋଇଯାଇଥିବା କୁହାଯାଉଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ