ETV Bharat / state

ବଳଦେବଜୀଉ ମନ୍ଦିରରେ ସେବାୟତଙ୍କ ଦେହାନ୍ତ , ଶୋକାକୁକ ପରିବେଶରେ ସେବାୟତ - ମନ୍ଦିର ବେଢ଼ା ଭିତରେ ଟଳି ପଡିଲେ ସେବାୟତ

କେନ୍ଦ୍ରାପଡା ସହର ଖଡ଼ିଅଙ୍ଗର ଜଣେ ସେବାୟତ ବଳଦେବଜୀଉଙ୍କ ଦର୍ଶନ ପରେ ମନ୍ଦିର ବେଢ଼ା ଭିତରେ ଟଳି ପଡିଲେ । ଅଧିକ ପଢନ୍ତୁ

Sebayat died in baladevjiu temple
Sebayat died in baladevjiu temple
author img

By

Published : Mar 2, 2023, 10:48 PM IST

Sebayat died in baladevjiu temple

କେନ୍ଦ୍ରାପଡା: ବଳଦେବଜୀଉଙ୍କ ଦର୍ଶନ ପରେ ମନ୍ଦିର ବେଢ଼ା ଭିତରେ ଟଳି ପଡିଲେ ସେବାୟତ। ମନ୍ଦିର ଭିତରେ ଚାଲିଗଲା ଜଣେ ସେବାୟତଙ୍କ ଜୀବନ। ଦର୍ଶନ ପାଇଁ ଆସିଥିବା ସେବାୟତଙ୍କ ଏହା ଶେଷ ଦର୍ଶନ ହୋଇଥିବା କହିଛନ୍ତି ଲୋକେ। ତେବେ ଏହି ସେବାୟତ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ସହର ଖଡ଼ିଅଙ୍ଗର ପଦ୍ମଲୋଚନ ପଣ୍ଡା ବୋଲି ଜଣାପଡିଛି। ସୂଚନା ମୁତାବକ, ପଦ୍ମଲୋଚନ ପ୍ରତିଦିନ ଭଳି ଆଜି ମଧ୍ୟାହ୍ନରେ ଦର୍ଶନ ସାରି ଝୁଲଣ ଘରେ ବିଶ୍ରାମ ନେଉଥିଲେ। ହେଲେ ସେହି ସମୟରେ ହଠାତ ଛାତିରେ ମାତ୍ରାଧିକ ଯନ୍ତ୍ରଣା ହେବାରୁ ସେ ସେହି ଯାଗାରେ ଟଳି ପଡିଥିଲେ। ଏନେଇ ପାଖରେ ଥିବା ଅନ୍ୟ ସେବାୟତ ମାନେ ତାଙ୍କୁ ମନ୍ଦିରର ବାଟ ଘରକୁ ନେଇ ଆସିଥିଲେ। ପରେ ତାଙ୍କୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏନେଇ ମନ୍ଦିର ଭିତରେ ସେବାୟତଙ୍କ ମୃତ୍ୟୁ ହୋଇଥିବାରୁ ମଧ୍ୟାହ୍ନ ଧୂପ, ନୀତିକାନ୍ତି ବନ୍ଦ ହେବା ସହ ସମସ୍ତ ନୈବେଦ୍ୟକୁ ପୋତା ଯାଇଥିଲା। ପରେ ପରେ ମନ୍ଦିର ଶୋଧ କରାଯିବା ସହ ବଡ ଠାକୁରଙ୍କ ମହାସ୍ନାନ କରାଯାଇଥିଲା। ସନ୍ଧ୍ୟା ପରେ ପୁଣି ଅନ୍ୟ ସମସ୍ତ ନୀତିକାନ୍ତି କରାଯିବ ବୋଲି କହିଛନ୍ତି ମନ୍ଦିର ଦେଵାତ୍ତର ବିଭାଗ ଅଧିକାରୀ ବଳଭଦ୍ର ପତ୍ରି। ଅନ୍ୟପକ୍ଷରେ ସେବାୟତଙ୍କ ମୃତ୍ୟୁ ରେ ଅନ୍ୟ ସମସ୍ତ ସେବାୟତଙ୍କ ମନରେ ଗଭୀର ଆଘାତ ପାଇବା ସହ ମନ୍ଦିରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ କୌଣସି ସେବାୟତଙ୍କ ଦେହାନ୍ତ ନେଇ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ସେବାୟତଙ୍କ ସ୍ୱର୍ଗ ପ୍ରାପ୍ତି ହୋଇଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ।

ଏହା ମଧ୍ୟ ପଢନ୍ତୁ- ୫ରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

ସେହିପରି ବଳଦେବଜୀଉ ମନ୍ଦିର ଦେଵାତ୍ତର ବିଭାଗ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ଆଜି ମଧ୍ୟାହ୍ନ 2ଟା ସମୟରେ ଆମର ପଦ୍ମଲୋଚନ ପଣ୍ଡା ଯିଏକି ଜଣେ ଠାକୁରଙ୍କ ସେବକ ଥିଲେ। ସେ ଦୈନନ୍ଦିନ ଦର୍ଶନକୁ ଯାଆନ୍ତି ଏବଂ ଆଜି ମଧ୍ୟ ଦର୍ଶନକୁ ଯାଇଥିଲେ। ଦର୍ଶନ ସାରି ଆସିକି ଝୁଲଣ ଘରେ ବିଶ୍ରାମ ନେଉଥିଲେ ହେଲେ ଶରୀର ଅସୁସ୍ଥ ହୋଇ ସେ ପଡିଯାଇଛନ୍ତି । ଏହା ଦେଖି ଅନ୍ୟ ସେବାୟତମାନେ ତାଙ୍କୁ ଅଟୋ ଯୋଗେ ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ସେବାୟତଙ୍କ ମନରେ ଗଭୀର ଆଘାତ ଦେଇଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.