ETV Bharat / state

ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପରଲୋକ

author img

By

Published : May 3, 2022, 8:43 AM IST

ବିଜେପି ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କ ବିୟୋଗ ଘଟିଛି । ଅଧିକ ପଢନ୍ତୁ

ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ

କେନ୍ଦ୍ରାପଡା: ବିଜେପି ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା ।

ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପରଲୋକ
ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପରଲୋକ

ଗତ 2019 ମସିହା ବିଧାନସଭା ନିର୍ବାଚନରେ ବିଜୟ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ । ଖୁବ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ । ପୂର୍ବତନ ସାଂସଦ ତଥା BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ବିଜୟ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ସ୍ବାଭାବର ବ୍ୟକ୍ତିତ୍ବ ଥିଲେ ।

ତାଙ୍କ ବିୟୋଗ ସମଗ୍ର ମହାକାଳପଡ଼ା ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଦେହ ଅସୁସ୍ଥ ଥିବାରୁ ବିଜୟ ଗତ ଦୁଇଦିନ ହେବ ଭୁବନେଶ୍ବରସ୍ଥିତ ବାସଭବନରେ ରହୁଥିଲେ । ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ବବ୍ଧ କରି ଦେଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.