ETV Bharat / state

ନଦୀରୁ ମିିଳିଲା ଧସିଯାଇଥିବା ପିଲାର, ସ୍କୁବା ଡାଇଭର କଲେ ସନ୍ଧାନ - କେନ୍ଦ୍ରାପଡା ନ୍ୟୁଜ

Scuba Diver Found Submerged Pillar : ଗୋବରୀ ନଦୀ ଉପରେ ସେତୁ ନିର୍ମାଣ ବେଳେ ଧସିଯାଇଥିବା ପିଲାରର ମିଳିଛି ସନ୍ଧାନ । ତାରଜାଲି ବାକ୍ସ ମଧ୍ୟରେ ପଶି ସ୍କୁବା ଡାଇଭର କଲେ ସନ୍ଧାନ । ଅଧିକ ପଢନ୍ତୁ

ନଦୀରୁ ମିିଳିଲା ଧସିଯାଇଥିବା ପିଲାର , ସ୍କୁବା ଡାଇଭର କଲେ ସନ୍ଧାନ

author img

By ETV Bharat Odisha Team

Published : Dec 26, 2023, 6:46 AM IST

ନଦୀରୁ ମିିଳିଲା ଧସିଯାଇଥିବା ପିଲାର , ସ୍କୁବା ଡାଇଭର କଲେ ସନ୍ଧାନ

କେନ୍ଦ୍ରାପଡ଼ା: ସେତୁ ନିର୍ମାଣ ବେଳେ ଧସିଯାଇଥିବା ପିଲାରର ମିଳିଛି ସନ୍ଧାନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଗୋବରୀ ନଦୀ ଉପରେ ପ୍ରାୟ 47 କୋଟି ଟଙ୍କା ବ୍ୟୟ ବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଗତ ତିନି ବର୍ଷ ପୁର୍ବରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ସେତୁ ନିର୍ମାଣ ସମୟରେ ନଦୀ ମଧ୍ୟରେ ତିଆରି ହେଉଥିବା ଏକ ପିଲାର ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ଏବେ ପୁଣି ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସମସ୍ୟା ଦେଖାଦେବାରୁ ଦବି ଯାଇଥିବା ପିଲାରକୁ ସ୍କୁବା ଡାଇଭର୍ ସହାୟତାରେ ଗତ ତିନିଦିନ ହେବ ଖୋଜା ଚାଲିଥିଲା । ତେବେ ଏହି ନଦୀରେ କୁମ୍ଭୀର ଥିବାରୁ ଆସନ୍ନ ବିପଦକୁ ସାମ୍ନା କରିବା ପାଇଁ ଏକ ତାରଜାଲି ବାକ୍ସ ମଧ୍ୟରେ ପଶି ସ୍କୁବା ଡାଇଭର ଜଣଙ୍କ 25 ଫୁଟ ଗଭୀର ପାଣି ଭିତରକୁ ଯାଇ ଏହାର ନିରୀକ୍ଷଣ କରୁଛନ୍ତି ।

ସୂଚନାନୁଯାୟୀ, ଗୋବରୀ ନଦୀ ଉପରେ ଏହି ପୋଲ ନିର୍ମାଣ କାର୍ଯ୍ୟ ପାଇଁ ପୁର୍ବରୁ ଦିବଂଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକ ଦୁଇ ଦୁଇଥର ଶିଳାନ୍ୟାସ କରିଥିଲେ ହେଁ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ତେବେ ପୁନଃ ୨୦୨୦ରେ ଏହି ସେତୁ ନିର୍ମାଣ ପାଇଁ ଟେଣ୍ଡର ହେବାପରେ "ନରେନ ଦାସ କନଷ୍ଟ୍ରକ୍ସନ୍‌ ପ୍ରାଇଭେଟ ଲିମିଟେଡ଼" ନାମକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ପାଇବା ପରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏକ ପିଲାର ନଦୀ ଗର୍ଭରେ 30 ଫୁଟ ଗଭୀରକୁ ଧସି ଯାଇଥିଲା ଯାହାକୁ ନେଇ ଅନେକ ତୁମ୍ବି ତୋଫାନ ସେ ସମୟରେ ଆରମ୍ଭ ହୋଇଥିଲା । ତେବେ କମ୍ପାନୀ ପକ୍ଷରୁ ବୈଷୟିକ ସହାୟତା ଓ ଜ୍ଞାନ କୌଶଳ ଲଗା ଯାଇଥିଲେ ହେଁ ପିଲାର ଧସିବାର କାରଣ ଜଣା ପଡ଼ିନଥିଲା ।

ଏହା ମଧ୍ୟ ପଢନ୍ତୁ ... ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା, ଭୟଭୀତ ବେଣୀପୁର ବାସିନ୍ଦା

ପରବର୍ତ୍ତୀ ସମୟରେ ଗତ ତିନିଦିନ ହେବ ରାଜସ୍ଥାନର ଏକ ତାଲିମପ୍ରାପ୍ତ ସ୍କୁବା ଡାଇଭିଂ ଟିମ୍‌ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ପହଞ୍ଚି ଗୋବରୀ ନଦୀର ଜଳସ୍ତର ଉଚ୍ଚତା, ନଦୀଶଯ୍ୟାର ମୃତ୍ତିକା ଜାଣିବା ସହ ସ୍କୁବା ଡାଇଭରମାନେ ଗୋବରୀ ଗର୍ଭକୁ ଧସିଥିବା ଅର୍ଦ୍ଧ ନିର୍ମିତ ପିଲାର କେଉଁଠି ଅଛି ଏବଂ କାହିଁକି ଅର୍ଦ୍ଧନିର୍ମିତ ପିଲାର ଭାସିଗଲା ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି । ଦୀର୍ଘ ତିନି ଦିନ ଧରି ଏହି ସ୍କୁବା ଡାଇଭରମାନେ ତଥ୍ୟ ସଂଗ୍ରହ କରିଥିବା ବେଳେ ସେତୁ ନିର୍ମାଣର ମୂଳ ଅଟକଳ 3 କୋଟିରୁ ବଢ଼ି ଏବେ 47 କୋଟିରେ ପହଞ୍ଚିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.