କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଔପଦା ସରସ୍ବତୀ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଅଟୋ ଓଲଟି ପଡିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ 3ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ନାମ ଶୁଭସ୍ମିତା ସ୍ବାଇଁ ହୋଇଥିବାବେଳେ ସେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।
ଏହାପରେ ସାଧାରଣ ଲୋକେ ଅଟୋଟିକୁ ପୋଡି ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଆଇଆଇସି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ