ETV Bharat / state

ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

author img

By

Published : Feb 25, 2020, 3:20 PM IST

କେନ୍ଦ୍ରାପଡ଼ାରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ କୁମ୍ଭାରୁଣୀ ଛକ ନିକଟରେ ରାସ୍ତାରୁ ବିଲକୁ ଖସିପଡିଛି ଅଟୋ । ଅଧିକ ପଢନ୍ତୁ...

ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା: ମହାକାଳପଡା ଥାନା ଅଧୀନ ଦେଉଳପଡା ପଞ୍ଚାୟତର ଓଳିହା ଗ୍ରାମରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ଘରୋଇ ଅଟୋ ମଙ୍ଗଳବାର ସକାଳେ ଅଳାଇଲୋ ପଞ୍ଚାୟତର ବବକରପୁର, ଡିଆଁ ରାଜଗଡ଼, ସୁମନ ଛକ, ଓଳିହା ଆଦି ଗ୍ରାମରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ କୁମ୍ଭାରୁଣୀ ଛକ ନିକଟରେ ରାସ୍ତାରୁ ବିଲକୁ ଖସିପଡିଛି ।

ତେବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ। ଅଟୋରେ8 ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ଶିକ୍ଷୟତ୍ରୀ ରହିଥିଲେ। ଛାତ୍ରଛାତ୍ରୀଙ୍କୁ ଅଭିଭାବକ ମେଡିକାଲ ନେଇଥିବା ବେଳେ ଆହତ ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି ।

ଗୁରୁତର ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁରୁତୁଙ୍ଗାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତର ଛାତ୍ରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସରସ୍ବତୀ ଶିଶୁ ମନ୍ଦିର ଓଳିହାରେ ଅଦ୍ୟାବଧି ତାଲା ପଡିଥିବା ଦେଖାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.