ETV Bharat / state

କେନ୍ଦ୍ରାପଡା ସହରରେ 144 ଧାରା, ବନ୍ଦ ରହିବ ସ୍କୁଲ ଓ ଟୀକାକରଣ

author img

By

Published : Jul 26, 2021, 11:35 AM IST

କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି ହୋଇଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଟୀକାକରଣ ମଧ୍ୟ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି,  ବନ୍ଦ ରହିବ ସ୍କୁଲ ଓ ଟୀକାକରଣ

କେନ୍ଦ୍ରାପଡା: ଆଜିଠୁ ରାଜ୍ୟରେ ଖୋଲିଲା ଦଶମ ଓ ଦ୍ବାଦଶ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ । କିନ୍ତୁ କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି ହୋଇଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଟୀକାକରଣ ମଧ୍ୟ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି କେନ୍ଦ୍ରାଞ୍ଚଳ ଆଇଜିଙ୍କ ସହ ଆଲୋଚନା ଚାଲିଛି ଓ ଏସପିଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଚାରବିମର୍ଶ ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡା ସହରରେ 144 ଧାରା, ବନ୍ଦ ରହିବ ସ୍କୁଲ ଓ ଟୀକାକରଣ

ମିଳିଥିବା ସୂଚନା ଅନୁଯାଇ ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର ପରେ ଗତ ଶନିବାର ରାତି ୧୧ରୁ କେନ୍ଦ୍ରାପଟା ସହରର ୨୧ଟି ୱାର୍ଡରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ୪ଟି ପଞ୍ଚାୟତ କପାଳେଶ୍ୱର, ଜମଧର, ଗୁଲୁନଗର ଓ ବାରିମୂଳ ପଞ୍ଚାୟତରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସହରରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଇ ସ୍ଥିର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ ୧୪୪ ଜାରି ହୋଇଥିବାରୁ ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ କେବଳ ରାସନ,ପନିପରିବା,ମାଛମାଂସ ଦୋକାନ ଖୋଲାଯିବ ବୋଲି ଗତ ୨୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.