ETV Bharat / state

ଭୁଲ ଅସ୍ତ୍ରୋପଚାର ପାଇଁ ଶଯ୍ୟାଶାୟୀ ମେଧାବୀ ଛାତ୍ର, ସହାୟତାକୁ ଅପେକ୍ଷା

author img

By

Published : Feb 17, 2021, 9:31 PM IST

କେନ୍ଦ୍ରାପଡା ସ୍ବୟଂଶାସିତ କଲେଜରେ +3 ଦ୍ବିତୀୟ ବର୍ଷ ପଢୁଥିବା ଛାତ୍ର । ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଶଯ୍ୟାଶାୟୀ ପାଲଟିଛନ୍ତି ମେଧାବୀ ଛାତ୍ର । ଦ୍ଵିତୀୟ ଥର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରଙ୍କ ସହାୟତା କଲେ ନିଶ୍ଚିତ ଭାବରେ ସେ ସୁସ୍ଥ ହୋଇ ପାରିବ । ଅଧିକ ପଢନ୍ତୁ...

treatment in kendrapada
ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଶଯ୍ୟାଶାୟୀ ମେଧାବୀ ଛାତ୍ର, ଅସ୍ତ୍ରୋପଚାର ପାଇଁ ସହାୟତାକୁ ଅପେକ୍ଷା

କେନ୍ଦ୍ରାପଡା: ଦୁର୍ବିସହ ହୋଇପଡିଛି ଜୀବନ। ସତରେ ଯେମିତି ଆକାଶ ଛିଣ୍ଡି ପଡିଛି ମୁଣ୍ଡ ଉପରେ ଆଉ ବିଧାତାର ନିଷ୍ଠୁର ନିୟତି ଆଗରେ ଛଟପଟ ହେଉଛି ସୁନେଲି ସ୍ବପ୍ନ ଦେଖୁଥିବା ଛାତ୍ର ଜଣଙ୍କ। ଭବିଷ୍ୟତରେ ପାଠପଢି ଚାକିରୀ କରି ନିଜ ପରିବାରକୁ ସୁଖରେ ରଖିବା ଲକ୍ଷ୍ୟ ରଖିଥିବା ଦୀପକର ସ୍ବପ୍ନ ଯେମିତି ମିଳେଇ ଯାଇଛି କେଉଁ ସାଗର ବୁକୁରେ।

କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ କଳା(ଓଡ଼ିଆ ସମ୍ମାନ)ଛାତ୍ର ଦୀପକ ଜେନା। ଜଣେ ମେଧାବୀ ଛାତ୍ର ଭାବେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରିୟଭାଜନ ହୋଇଛନ୍ତି ସେ। ହେଲେ ନିଷ୍ଠୁର ଦଇବ ଆଗରେ ହାର ମାନିଯାଇଛି ତାଙ୍କର ମେଧାଶକ୍ତି। ଲକଡାଉନ ସମୟରେ ମେରୁଦଣ୍ଡ ଜନିତ ଯନ୍ତ୍ରଣା ହେବା ପରେ ପ୍ରଥମେ କେନ୍ଦ୍ରାପଡ଼ା ପରେ କଟକ ଓ ଭୁବନେଶ୍ବରର ଏମ୍ସ ହସ୍ପିଟାଲ ଯାଇଥିଲେ ମଧ୍ୟ କୋରୋନା ସଂକ୍ରମଣ ଯୋଗୁଁ ଆଉଟଡୋର ବନ୍ଦ ରହିଥିବା କାରଣରୁ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ମେରୁଦଣ୍ଡ ଅସ୍ତ୍ରୋପଚାର କରାଇଥିଲେ। ତେବେ ଅସ୍ତ୍ରୋପଚାର ଭୁଲ ହୋଇଥିବା କାରଣରୁ ଯନ୍ତ୍ରଣା କମିବା ବଦଳରେ ଦିନକୁ ଦିନ ଯନ୍ତ୍ରଣା ବଢି ଏବେ ଦୀପକ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ଏଭଳି ଯନ୍ତ୍ରଣାକୁ ସହ୍ୟ କରିନପାରି ଓ ଆର୍ଥିକ ବୋଝରେ ବୁଡିଥିବା ପିତାମାତାଙ୍କୁ କଷ୍ଟ ନଦେବା ଉଦ୍ଦେଶ୍ୟରେ ଆତ୍ମହତ୍ୟା ଭଳି ଭୁଲ ପଦକ୍ଷେପ ଉଠାଉଥିବା ଦୀପକଙ୍କ ଜେଜେମା କହିଛନ୍ତି ।

ଦୀପକଙ୍କ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେଉଥିବା ବେଳେ ସରକାରୀ ସାହାଯ୍ୟ ତାଙ୍କ ପାଇଁ ସାତ ସପନ ପାଲଟିଛି। ଏପଟେ ସହାୟତା ପାଇଲେ ଦୀପକଙ୍କ ଅସ୍ତ୍ରୋପଚାର ହେବ ଓ ସେ ପୁଣି ପାଠ ପଢି ନିଜ ସ୍ବପ୍ନ ପୁରଣ କରିବେ ବୋଲି ଆଶା ବାନ୍ଧି ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ ଜଣାଇଛନ୍ତି। କଲେଜ ପକ୍ଷରୁ ଦୀପକଙ୍କୁ ଚିକିତ୍ସା ପାଇଁ ୫ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ସହପାଠୀ ମାନେ ତାଙ୍କ ପାଇଁ ୨୫ ହଜାର ଯୋଗାଡ଼ କରିଛନ୍ତି ଓ କଲେଜ ତାଙ୍କ ରିଆଡମିଶନ ଶୁଳ୍କ ଛାଡ଼ କରିବ ଓ ଆବଶ୍ୟକ ହେଲେ ମାଗଣା ହଷ୍ଟେଲ ଯୋଗାଇଦେଵ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ। ତେବେ ଦୀପକଙ୍କ ପୁନର୍ବାର ଅସ୍ତ୍ରୋପଚାର ପାଇଁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ତାଙ୍କ ନିକଟରେ ଔଷଧ ଖାଇବା ପାଇଁ ଅଧୁଲିଟିଏ ମଧ୍ୟ ନାହିଁ। ଏପରି ସ୍ଥିତିରେ ଦୀପକଙ୍କ ଚିକିତ୍ସା ପାଇଁ କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ଦୀପକଙ୍କୁ ସାହାଯ୍ୟ କରନ୍ତି ତେବେ ତାଙ୍କ ମନରେ ଥିବା ଅସୁମାରୀ ଇଛା ପୁରଣ ହୋଇପାରନ୍ତା।

ଦୀପକଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିବା ବ୍ୟକ୍ତି ବା ଅନୁଷ୍ଠାନ ଦୀପକଙ୍କ ନିମ୍ନଲିଖିତ ଠିକଣା, ଫୋନ ପେ କିମ୍ବା ଆକାଉଣ୍ଟ ପେ ମଧ୍ୟ କରିପାରିବେ। ହୁଏତ ଆପଣଙ୍କ ସ୍ବଳ୍ପ ସାହାଯ୍ୟ ଦୀପକ ମୁହଁରେ ହସ ଫୁଟାଇବ। Deepak Kumar Jena S/O-Satrughna Jena At-Kacheripada Po-Kantia Ps-Kendrapada Sadar Pin-754223 Kendrapada Autonomous College (+3 2nd.year Arts,Odia Hons.) Mob-7735925868(Phone pay)SBI A/c No-36371231019 FSC-SBIN0000112

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.