ETV Bharat / state

ମିଳୁନି ସହାୟତା, ମୁଲ ଲାଗି ପେଟ ପୋଷୁଛି ମେଧାବୀ ଛାତ୍ରୀ ଫୁଲ - Kendrapara Scheduled Tribe girl

ପାଠ ପଢିବା ବୟସରେ ଘର ଚଳାଇବାର ଚିନ୍ତା । ଗୋଟିଏ ପଟେ MBA, ଅନ୍ୟପଟେ ମୂଲ ମଜୁରୀ । ପରିବାର ବୋଝରେ ପଢିବା କଷ୍ଟକର ହୋଇପଡିଛି, ଆଉ ଆର୍ଥିକ ଅନଟନରେ ଝାଉଁଳି ପଡିଛି ଫୁଲ ହାଁସଦା । ଅଧିକ ପଢନ୍ତୁ...

ଅନୁସୂଚିତ ଜନଜାତି ଝିଅ ଫୁଲ
ଅନୁସୂଚିତ ଜନଜାତି ଝିଅ ଫୁଲ
author img

By

Published : Jan 2, 2021, 2:10 PM IST

Updated : Jan 2, 2021, 3:58 PM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଗ୍ରାମର ଫୁଲ ହାଁସଦା । ବୟସ 23 ବର୍ଷ। ସେ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ MBAର ଦ୍ବିତୀୟ ବର୍ଷର ଛାତ୍ରୀ । ହେଲେ ପରିବାର ପ୍ରତିପୋଷଣ ପାଇଁ ତଥା ନିଜ ପଢା ଖର୍ଚ୍ଚ ଉଠାଇବା ପାଇଁ ସେ ପାଲଟିଛନ୍ତି ମଜୁରିଆ । ବିଲରେ ଧାନ କାଟିବା ସହ ଧାନ ସୁଖାଇବା କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି ।

ମୁଲ ଲାଗି ପେଟ ପୋଷୁଛି ମେଧାବୀ ଛାତ୍ରୀ ଫୁଲ

ଫୁଲ ହାଁସଦାଙ୍କୁ 6ବର୍ଷ ହୋଇଥିବା ବେଳେ ବାପା ଦୁଆରୀ ହାଁସଦା ପରିବାରର ଦାରିଦ୍ର୍ୟତା ଯୋଗୁଁ ଘର ଛାଡି କେଉଁଆଡେ ରୋଜଗାର ପାଇଁ ଯାଇଛନ୍ତି । ହେଲେ 17 ବର୍ଷ ହେଲାଣି ଫେରିନାହାନ୍ତି। ବାପା ଯିବା ଦିନ ଠାରୁ ମା’ ସମ୍ବାରି ହାଁସଦା ତାଙ୍କର 5ଜଣ ପିଲାଙ୍କ ମୁହଁରେ ମୁଠାଏ ଆହାର ଦେବା ପାଇଁ ବାରଦ୍ବାର ହେବା ସହିତ ବହୁ ଅସୁବିଧାରେ ଚଳୁଥିଲେ।

ଶେଷରେ ନିଜର ପିଲାମାନଙ୍କୁ ଧରି ନିଜର ବାପଘର ଲୁଣିମାଠିଆକୁ ଆସି ଭାଇ ପାଖରେ ମୁଣ୍ଡ ଗୁଞ୍ଜି ରହିଛନ୍ତି । ଆଉ ମୂଲମଜୁରୀ ଲାଗି କଷ୍ଟେମଷ୍ଟେ ଚଳିବା ସହିତ ପିଲାମାନଙ୍କୁ କିପରି ପାଠ ପଢାଇବେ ସେଥିରେ ଲାଗି ପଡିଛନ୍ତି।

ହେଲେ ଏମାନଙ୍କ ପାଇଁ ଜାତିଗତ ପ୍ରମାଣ ପତ୍ର ଦାଉ ସାଜିଛି । ଆଦିବାସୀ ବର୍ଗରୁ ଆସୁଥିଲେ ବି ଜାତିଗତ ପ୍ରମାଣ ପତ୍ର ନଥିବାରୁ ଝିଅ ଫୁଲ ହାଁସଦା ପ୍ରଥମରୁ MBA ଦ୍ବିତୀୟ ବର୍ଷ ପଢିବା ପର୍ଯ୍ୟନ୍ତ କୌଣସି ସରକାରୀ ସ୍ଟାଇପେଣ୍ଡ ପାଇ ନାହାଁନ୍ତି।

ଆହୁରିମଧ୍ୟ ବାପା ମା'ଙ୍କ ନାମରେ ଜମିବାଡି ପଟ୍ଟା ନଥିବାରୁ ଫୁଲକୁ ମିଳିପାରୁନାହିଁ ଜାତିଗତ ପ୍ରମାଣପତ୍ର ଯେଉଁଥିପାଇଁ ଫୁଲ ସାଧାରଣ ବର୍ଗରେ ନାମ ଲେଖାଇ ପଢିବା ପାଇଁ ବାଧ୍ୟ ହେଉଛନ୍ତି। ଫୁଲଙ୍କୁ 23ବର୍ଷ ହୋଇଥିଲେ ମଧ୍ୟ ତାଙ୍କର ଆଧାର କାର୍ଡ ମଧ୍ୟ ହୋଇନାହିଁ। ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ସରକାରୀ ଚାକିରି ବାହାରୁଥିଲେ ମଧ୍ୟ ଆଧାରକାର୍ଡ ଏବଂ ଜାତିଗତ ପ୍ରମାଣପତ୍ର ନଥିବାରୁ ଚାକିରି ପାଇଁ ଆବେଦନ କରିପାରୁ ନାହାଁନ୍ତି ଫୁଲ।

ତେବେ ଆଗକୁ ପଢିବା ସହ ପରିବାର ପ୍ରତିପୋଷଣ ପାଇଁ ଫୁଲ, ଏବେ ଧାନ କାଟିବା ସହ ମା ସହିତ ରାସ୍ତାରେ କଂକ୍ରିଟ ଗୋଳାଇ କାମ କରନ୍ତି । ଆଉ ଏସବୁ ଦେଖିଲେ ଆଦିବାସୀ କଲ୍ୟାଣ ଯୋଜନା ସତେ ଯେମିତି ଫୁଲର ସଂଘର୍ଷମୟ ଜୀବନ ଆଗରେ ଫିକା ପଡିଯାଇଥିବା କୁହାଯାଉଛି । ସେପଟେ ଏହାକୁ ନେଇ ମହାକାଳପଡା ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 2, 2021, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.