ETV Bharat / state

EXCLUSIVE: ସ୍କୁଲ ଛୁଟି ପୂର୍ବରୁ ତାଲା ପକାଇ ସାର୍ ଛୁ - sanamanitia up school closed before time

ବିଦ୍ୟାଳୟ ଛୁଟି ସମୟ ପୂର୍ବରୁ ତାଲା ପକାଇ ପ୍ରଧାନ ଶିକ୍ଷକ ଛୁ...

sanamanitia-up-school-closed-before-time-at-kendrapara
ଛୁଟି ସମୟ ପୂର୍ବରୁ ବିଦ୍ୟାଳରେ ତାଲା
author img

By

Published : Feb 26, 2020, 9:49 PM IST

କେନ୍ଦ୍ରପଡା: ବିଦ୍ୟାଳୟରେ ନାହାଁନ୍ତି ଶିକ୍ଷକ । ଦିନ 12ଟା ବେଳେ ସ୍କୁଲରେ ପଡିଛି ତାଲା । ଏପଟେ ଶିକ୍ଷା ବିଭାଗରେ 5T କୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରପଡାର ସାନମାଣତିଆ ପ୍ରାଥମିକ ବିଦ୍ୟାଳୟରେ ।

ଛୁଟି ସମୟ ପୂର୍ବରୁ ବିଦ୍ୟାଳରେ ତାଲା

ଏହି ବିଦ୍ୟାଳୟରେ 89 ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ରହିଛନ୍ତି ମାତ୍ର 2 ଜଣ ଶିକ୍ଷକ । ଦୁଇଜଣ ଶିକ୍ଷକ ବିଦ୍ୟାଳୟକୁ ପାଳି କରି ଆସୁଥିବା ବେଳେ ଆଜି (ବୁଧବାର) ଶିକ୍ଷକ ଜଣକ ବିନା ଦରଖାସ୍ତରେ ଛୁଟିରେ ରହିଥିବା ଜଣାପଡିଛି ।

ସହକାରୀ ଶିକ୍ଷକ ସୁଶାନ୍ତ ମଲ୍ଲିକ ଆଜି ସ୍କୁଲରେ ଅନୁପସ୍ଥିତ ଥିବା ନେଇ ‘Mo Kendrapara’ ଆପରୁ ଦେଖିବାକୁ ମିଳିଛି। ତେବେ ପ୍ରଧାନଶିକ୍ଷକ ଧନେଶ୍ବର ମଲ୍ଲିକ ଦିନ ୧୦ଟା ବେଳେ ସ୍କୁଲକୁ ଆସି ଦୁଇଘଣ୍ଟା ବିଦ୍ୟାଳୟରେ ରହି ୧୨ ଟାରେ ଛୁଟି କରିଦେଇଥିଲେ।

ସ୍କୁଲକୁ କାହିଁକି ଶୀଘ୍ର ଛୁଟି କରାଯାଇଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୀତା ମଲ୍ଲିକ ପ୍ରଧାନଶିକ୍ଷକଙ୍କୁ ପଚାରି ଥିଲେ । ହେଲେ ପ୍ରଧାନ ଶିକ୍ଷକ ଏହାର ଉତ୍ତର ଦେଇ ପାରିନଥିଲେ ।

ଏହି ଦୁଇ ଶିକ୍ଷକ ଏଭଳି ଦୀର୍ଘ ଦିନ ଧରି କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଏମିତି କି ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଆସିବା ସମୟରେ ମଦ୍ୟପାନ କରି ଆସନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ସେମାନଙ୍କୁ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିବା ସହ ଏଭଳି ଶିକ୍ଷକ ମାନଙ୍କର କୌଣସି ବିଦ୍ୟାଳୟରେ କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅଭିଭାବକ।

ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ CRCC ଙ୍କ ମତାମତ ନେବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କ ଫୋନ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଅନ୍ୟପଟେ ବାରମ୍ବାର ବିଦ୍ୟାଳୟରେ ଏଭଳି ଘଟଣା ଘଟୁଥିବାର ସ୍ଥାନୀୟ ରାଜନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା ଅବଗତ ରହିଛନ୍ତି । ଏହି ସମସ୍ୟା ଏକବର୍ଷ ଧରି ଲାଗିରହିଥିବା ସେ କହିବା ସହିତ DEO, BEOଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ଅବଗତ କରାଇଛନ୍ତି ।

ଏହି ଘଟଣା ETV BHARAT ପ୍ରତିନିଧିଙ୍କ ଠାରୁ ଅବଗତ ହୋଇ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.