ETV Bharat / state

ସଡକ ଦୁର୍ଘଟଣାରେ ଚାଲିଗଲା ଶ୍ରମିକଙ୍କ ଜୀବନ - ସଡକ ଦୁର୍ଘଟଣା

ଜମ୍ବୁ-ମାର୍ଶାଘାଇ ରାସ୍ତା ଵାୟାବାବା କଲେଜ ଛକଠାରେ ଲୁନା ସହିତ ପିକ୍ଅପ ଭ୍ୟାନ ଦୁର୍ଘଟଣା । ଦୁର୍ଘଟଣାରେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ..

road-accident-in-marshaghai-one-dead
road-accident-in-marshaghai-one-dead
author img

By

Published : Mar 15, 2020, 8:24 AM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ଜମ୍ବୁ-ମାର୍ଶାଘାଇ ରାସ୍ତା ଵାୟାବାବା କଲେଜ ଛକଠାରେ ଲୁନା ସହିତ ପିକ୍ଅପ ଭ୍ୟାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଜଗସିଂହପୁର ଚଟରା ଗ୍ରାମର ରୁନିଆ ଦାସ ଲୁନା ଚଳାଇ ରାମନଗର ଯାଉଥିଲା ବେଳେ କଲେଜ ଛକ ନିକଟରେ ପିକ୍ଅପ ଭ୍ୟାନ ସହିତ ଦୁର୍ଘଟଣା ଘଟିଥିଲା ।

ସଡ଼କ ଦୁର୍ଘଟଣାରେ ରୁନିଆଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସ୍ଥାନୀୟ ଲୋକମାନଙ୍କ ସହାୟତା ଓ ଅଗ୍ନୀଶମ ବିଭାଗ ଦ୍ବାରା 108 କୁ ଡକାଇ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା । ତେବେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରୁନିଆ ମଜୁରିଆ ଭାବେ ଚିଙ୍ଗୁଡ଼ିଘେରିରେ ରହି କାମକରୁଥିବାରୁ ପମ୍ପସେଟ ପାଇଁ ଡିଜେଲ ଆଣିବାକୁ ମାର୍ଶାଘାଇରୁ ରାମନଗର ଯାଇଥିଲେ ।

ସଡକ ଦୁର୍ଘଟଣାରେ ଚାଲିଗଲା ଶ୍ରମିକଙ୍କ ଜୀବନ

ବଜାରରୁ ଫେରୁଥିବା ସମୟରେ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇଥିବା ପିକ୍ଅପ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ମହାକାଳପଡ଼ା ପୋଲିସ ପହଞ୍ଚି ଲୁନା ଓ ପିକଅପ ଭ୍ୟାନକୁ ଜବତକରି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.