ETV Bharat / state

ସୁସ୍ଥ ରହିବାର ସର୍ଟ ଫର୍ମୁଲା, ସାଇକେଲ ଚଲାନ୍ତୁ, ଫିଟ ରୁହନ୍ତୁ

ନିଜକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚଳାଇବା ନିହାତି ଆବଶ୍ୟକ । ଏହା ଶରୀରକୁ ଫ୍ରି ରଖିବା ସହିତ ପରିବେଶ ପ୍ରଦୂଷଣ ରୋକିଥାଏ ଓ ବିଭିନ୍ନ ରୋଗବ୍ୟାଧିରୁ ମଧ୍ୟ ଦୁରେଇ ରଖିଥାଏ । ଅଧିକ ପଢନ୍ତୁ...

cycle
ସୁସ୍ଥତାର ସର୍ଟ ଫର୍ମୁଲା, ସାଇକେଲ ଚାଳଣା
author img

By

Published : Mar 17, 2020, 9:38 PM IST

କେନ୍ଦ୍ରାପଡା: ସାଇକେଲ ଚଲାନ୍ତୁ ଫିଟ ରୁହନ୍ତୁ। ଏମିତି କିଛି ସଚେତନତା ବାର୍ତ୍ତା ଦିଆଯାଉଛି କେନ୍ଦ୍ରାପଡା ସହରରେ । ଦିନେ କି ଦୁଇ ଦିନ ନୁହଁ, ପ୍ରାୟ ବର୍ଷେ ହେବ ଜନଗହଳି ରାସ୍ତାରେ ଗଡୁଛି ଏହି ସଚେତନତା ସାଇକେଲ । ଯୁବ ସମାଜସେବୀ ମାତୃଦତ୍ତ ମହାନ୍ତିଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଏହି ନିଆରା ସାଇକେଲ କ୍ଲବ। ଯାହାର ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ ରହିବାର ଆବଶ୍ୟକତା ବୁଝାଇବା ସହ ପରିବେଶ ପ୍ରଦୂଷଣ ରୋକିବା ।

ସୁସ୍ଥତାର ସର୍ଟ ଫର୍ମୁଲା, ସାଇକେଲ ଚାଳଣା

ସାଇକେଲ ସଚେତନତା ପରିକ୍ରମା ପ୍ରତ୍ୟେକ ମାସର ଦ୍ଵିତୀୟ ରବିବାର ଅନୁଷ୍ଠିତ ହେଉଥିବା ବେଳେ, 4ର୍ଥ ରବିବାର ସହରର ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜନା ସଫା କରାଯାଉଥିବା କହିଛନ୍ତି କ୍ଲବର କୋଷାଧ୍ୟକ୍ଷ ମଳୟ ସାହୁ। ସେହିପରି ପ୍ଲାଷ୍ଟିକ ମୁକ୍ତ ସମାଜ ବାର୍ତ୍ତା ବହନ କରୁଥିବା ସାଇକେଲ କ୍ଳବ ଏବେ କୋରୋନା ଭାଇରସରୁ ମୁକ୍ତି ପାଇଁ ମଧ୍ୟ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ବର୍ତ୍ତମାନ ସମାଜରେ ପ୍ରତିଘରେ ଗାଡିର ଅଭାବ ନାହିଁ । କିନ୍ତୁ ମାତ୍ରାଧିକ ମୋଟର ଗାଡି ବ୍ୟବହାର ଫଳରେ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ଘଟି ମାନବ ସମାଜର ପ୍ରଭୁତ କ୍ଷତି ଘଟୁଛି ବୋଲି କହିଛନ୍ତି ସାଇକେଲ କ୍ଲବର ସଭ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିନିଅର ସର୍ଜନ ସ୍ପେସାଲିଷ୍ଟ ଡ଼ଃ ବୀରେନ୍ଦ୍ର ଦାସ।

ଏହି ସ୍ବାଗତଯୋଗ୍ୟ ପଦକ୍ଷେପରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀ ଆକାଂକ୍ଷା । ତାଙ୍କ ମତାନୁସାରେ ସାଇକେଲ କ୍ଲବର ସଭ୍ୟ ଥିବା ସମସ୍ତ ବ୍ୟକ୍ତିଙ୍କ ନିକଟରେ ଗାଡି ମୋଟରର ଅଭାବ ନାହିଁ । ହେଲେ ସେମାନେ ଯେପରି ସାଇକେଲ ଚଳାଇବା ପାଇଁ ଏକଜୁଟ ହୋଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସେଠାରୁ ପ୍ରେରଣା ପାଇ ଏହି କ୍ଲବର ମାସିକ ସାଇକେଲରେ ସହର ପରିକ୍ରମା ଓ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା କହିଛନ୍ତି।

ସତରେ ବେଶ ପ୍ରଶଂସନୀୟ ଏହି ସାଇକେଲ କ୍ଲବର ପ୍ରୟାସ । ଏହି କ୍ଲବର ମୁଖ୍ୟ ଲକ୍ଷ୍ୟ ରହିଛି 'Wheel for Health' ବା ସ୍ବାସ୍ଥ୍ୟ ପାଇଁ ଚକ। ଜିଲ୍ଲାର ପୁରୁଣା ବସଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଗଡୁଥିବା ସାଇକେଲ ରାଲି ଶେଷରେ ସମ୍ବର୍ଦ୍ଧିତ କରିଥାଏ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଯାହା 'ଆରୋହୀ ସମ୍ମାନ' ନାମରେ ନାମିତ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.