ETV Bharat / state

ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଆଇନ ଅବମାନନା ଅଭିଯୋଗ - ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଆଇନ ଅବମାନନା

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସଂରକ୍ଷଣ ବ୍ୟବସ୍ଥାକୁ ଜୋରଦାର ବିରୋଧ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ
ପଞ୍ଚାୟତ ନିର୍ବାଚନ
author img

By

Published : Nov 8, 2021, 10:41 PM IST

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସଂରକ୍ଷଣ ବ୍ୟବସ୍ଥାକୁ ଜୋରଦାର ବିରୋଧ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦%ରୁ ଉର୍ଦ୍ଧ୍ବ ରହିବ ନାହିଁ ବୋଲି ନିର୍ଦ୍ଧିଷ୍ଟ ଗାଇଡ ଲାଇନ ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏହି ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି କେନ୍ଦ୍ରାପଡା ଜିଲ୍ଲା ସିଭିଲ ସୋସାଇଟି ସାମ୍ମୁଖ୍ୟ।

ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଆଇନ ଅବମାନନା ଅଭିଯୋଗ

ଅଭିଯୋଗ ଅନୁଯାୟୀ,କେନ୍ଦ୍ରାପଡା ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା,ପଛୁଆ ବର୍ଗ,ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ୫୦% ରୁ ଉର୍ଦ୍ଧ୍ବ ରହିଥିବା କହିଛନ୍ତି ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଦେବଦତ୍ତ ଚୌଧୁରୀ ଓ ଜିଲ୍ଲା ସିଭିଲ ସୋସାଇଟି ଆବାହକ ପ୍ରତାପ ମହାନ୍ତି।

ଗଣତନ୍ତ୍ର ଶାସନରେ ଗଣତନ୍ତ୍ରରେ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦିଆଯାଉଥିବା ବେଳେ ଖୋଦ ଜିଲ୍ଲା ପ୍ରଶାସନ ଏଭଳି ଆଇନ ଅବମାନନାକୁ ନେଇ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସିଭିଲ ସୋସାଇଟି ଭବିଷ୍ୟତରେ ଅଦାଲତର ଆଶ୍ରୟ ନେବ ବୋଲି କହିଛନ୍ତି ଆବାହକ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.