ETV Bharat / state

ତୁଳସୀ କ୍ଷେତ୍ରରେ ନିଆରା ପରମ୍ପରା, ଦୁଇଦିନ ହୁଏ ରଥଯାତ୍ରା: ବ୍ରହ୍ମ ତାଳଧ୍ଵଜ ରଥ ଟାଣିବା ପାଇଁ ବିଭୋର ଭକ୍ତ

author img

By

Published : Jul 1, 2022, 10:53 PM IST

ଶେଷ ହୋଇଛି କେନ୍ଦ୍ରାପଡା ମହାପ୍ରଭୁ ବଳଦେବଜିୟୁଙ୍କ ଘୋଷଯାତ୍ରାର ପ୍ରଥମ ଦିନ । ପରମ୍ପରା ଅନୁଯାୟୀ, ପ୍ରଥମ ଦିନରେ ମହାପ୍ରଭୁ ବିରାଜିତ ବ୍ରହ୍ମ ତାଳଧ୍ଵଜ ରଥ ପାହୁଲେ ଆଗକୁ ଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଟକିଛି । ଅଧିକ ପଢନ୍ତୁ

ତୁଳସୀ କ୍ଷେତ୍ରରେ ନିଆରା ପରମ୍ପରା, ଦୁଇଦିନ ହୁଏ ରଥଯାତ୍ରା; ବ୍ରହ୍ମ ତାଳଧ୍ଵଜ ରଥ ଟାଣିବା ପାଇଁ ବିଭୋର ଭକ୍ତ

କେନ୍ଦ୍ରାପଡା: ଶେଷ ହୋଇଛି ମହାପ୍ରଭୁ ବଳଦେବଜିୟୁଙ୍କ ଘୋଷଯାତ୍ରାର ପ୍ରଥମ ଦିନ । ପରମ୍ପରା ଅନୁଯାୟୀ, ପ୍ରଥମ ଦିନରେ ମହାପ୍ରଭୁ ବିରାଜିତ ବ୍ରହ୍ମ ତାଳଧ୍ଵଜ ରଥ ପାହୁଲେ ଆଗକୁ ଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଟକିଛି । ଧାଡି ପହଣ୍ଡିରେ ବ୍ରହ୍ମ ତାଳଧ୍ଵଜ ରଥକୁ ବିଜେ କଲେ ମଣିବିଗ୍ରହ ପ୍ରତିମା ମହାପ୍ରଭୁ ବଳଦେବଜୀଉ, ଭଗିନୀ ସୁଭଦ୍ରା, ଜଗତର ନାଥ ଜଗନ୍ନାଥ ଏବଂ ଶ୍ରୀ ସୁଦର୍ଶନ । ହଟିଆ ଠାକୁର ସାଙ୍ଗରେ ଭାଇ ଭଉଣୀକୁ ନେଇ ରତନ ବେଦୀରୁ ଓହ୍ଲାଇ ଜନ୍ମବେଦୀକୁ ନଅ ଦିନ ଧରି ଯାଉଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ରଥ ଟଣା ଶେଷ ହୋଇଛି । କିନ୍ତୁ, ପରମ୍ପରା ଅନୁଯାୟୀ ବଡଭାଇ ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥକୁ ବାଟରେ ଅଟକି ରହିବାକୁ ପଡିଛି ।

କଥା ରହିଛି ଯେ, ପୁରୀରେ ରଥ ଟଣା ସରିବା ପରେ ତୁଳସୀ କ୍ଷେତ୍ରରେ ବ୍ରହ୍ମ ତାଳଧ୍ଵଜ ରଥକୁ ଟାଣିବା ପାଇଁ ଗଜପତି ପହଞ୍ଚିଥାନ୍ତି । ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଶ୍ରୀକ୍ଷେତ୍ର ପୁରୀରେ ରଥ ଟାଣିବା ପରେ କେନ୍ଦ୍ରାପଡ଼ା ଇଚ୍ଛାପୁରର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ଟାଣିଲେ କୋଟି ପୁଣ୍ୟ ଫଳ ମିଳିଥାଏ, ଯେଉଁଥି ପାଇଁ ଏଠାରେ ଶ୍ରୀଗୁଣ୍ଡିଚା ଦୁଇଦିନ ପାଳିତ ହୋଇଥାଏ । ଗତ ଦୁଇବର୍ଷ ଧରି କୋଭିଡ କାରଣରୁ ଭକ୍ତ ବିହୀନ ମନ୍ଦିର ଭିତରେ ଘୋଷଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ଭରପୁର ଭକ୍ତଙ୍କ ଗହଳିରେ ପ୍ରଥମ ଦିନର ଯାତ୍ରା ଶେଷ ହୋଇଛି ।

ରମ୍ପରା ଅନୁଯାୟୀ, ବ୍ରହ୍ମ ତାଳଧ୍ଵଜ ରଥର ଉଚ୍ଚତା ୬୩ ଫୁଟ ହୋଇଥିବା ବେଳେ ଏହାର ଚକ ସଂଖ୍ୟା ୧୪ । ୧୪ ବ୍ରହ୍ମାଣ୍ଡର ରାଜା ମହାପ୍ରଭୁ ବଳଦେବଜୀଉ ହୋଇଥିବାରୁ ଏହି ବ୍ରହ୍ମ ତାଳଧ୍ଵଜ ରଥର ଚକ ସଂଖ୍ୟା ୧୪ । ଚଳିତ ବର୍ଷ ରଥଯାତ୍ରା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଥିବା ବେଳେ ନିଜେ ଏସପି ଶାନ୍ତିଶୃଙ୍ଖଳା ପାଇଁ ଦାୟିତ୍ୱ ବହନ କରୁଛନ୍ତି । ଏଥିସହ ୫ ଜଣ ତହସିଲଦାର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ଜିଲ୍ଲାପାଳ, ଦୁଇ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟିତ ଅଛନ୍ତି । ଆଜି ସକାଳୁ ଜୟ ମଙ୍ଗଳା ଆଳତି ପରେ ସମସ୍ତ ଧୂପ ଓ ଖେଚୁଡ଼ି ଭୋଗ ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ବଳିଆର ଭୂଜ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.