ETV Bharat / state

ଖରସ୍ରୋତା ଜଳ ବିବାଦ ଓ ଭିତରକନିକା ରକ୍ଷା ପାଇଁ ବିଜେପିର ପ୍ରେସମିଟ

author img

By

Published : Sep 3, 2021, 7:08 PM IST

ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ରାଜନଗରବାସୀଙ୍କ ଜଳ,ଜୀବନ ଓ ଜୀବିକା ଧ୍ବଂସର ଆତଙ୍କ ସୃଷ୍ଟି କରିଛି ବୋଲି ରାଜନଗର ବିଜେପି କହିଛି। ଅଧିକ ପଢନ୍ତୁ...

rajnagar bjp pressmeet on kharashrota issue
ଖରସ୍ରୋତା ଜଳ ବିବାଦ ଓ ଭିତରକନିକା ରକ୍ଷା ପାଇଁ ରାଜନଗର ବିଜେପିର ସାମ୍ବାଦିକ ସମ୍ମୀଳନୀ

କେନ୍ଦ୍ରାପଡ଼ା: ଖରସ୍ରୋତା ଜଳ ବିବାଦ ଓ ଭିତରକନିକା ରକ୍ଷା ପାଇଁ ବିଜେପିର ପ୍ରେସମିଟ । ଏହି ପ୍ରକଳ୍ପ ଭିତରକନିକା ଜୈବ ବିବିଧତାକୁ ଧ୍ବଂସ କରିଦେବ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା।

ରାଜକନିକା ବରୁଣାଡ଼ିହା ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ରାଜନଗରବାସୀଙ୍କ ଜଳ,ଜୀବନ ଓ ଜୀବିକା ଧ୍ବଂସର ଆତଙ୍କ ସୃଷ୍ଟି କରିଛି ବୋଲି ରାଜନଗର ବିଜେପି କହିଛି। ଆଜି ତ୍ରିନାଥ ବଜାର ସ୍ଥିତ ଡ଼ାକବଙ୍ଗଳାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ,ଏହି ପ୍ରକଳ୍ପ ଭିତରକନିକା ଜୈବ ବିବିଧତାକୁ ଧ୍ବଂସ କରିଦେବ ବୋଲି ଅଭିଯୋଗ କରିଛି। ରାଜନଗର ଓ କେନ୍ଦ୍ରାପଡାବାସୀଙ୍କ ପାଇଁ ବାତ୍ୟା ଓ ସୁନାମିର ସୁରକ୍ଷା କବଚ ସାଜିଥିବା ଭିତରକନିକାର ହେନ୍ତାଳବଣ ଏବେ ବିପଦ ଆଡକୁ ମୁହାଁଇଛି। ପ୍ରକଳ୍ପ ଚାଲୁ ହେଲେ ଭିତରକନିକାରେ ମିଠା ପାଣି କମିଯିବା ସହ ଲୁଣା ପାଣି ମାଡିଯିବ ଓ ଲୁଣାପାଣି ମାଡିଗଲେ ଜୈବ ବିବିଧତାର ଏନ୍ତୁଡିଶାଳ ଏବଂ ଉପକୂଳ ଭାରତର ନୌବାଣିଜ୍ୟ ସଭ୍ୟତାର ପେଣ୍ଠ,ରାଜନଗର ସାତଭାୟା ପରି ତାର ସ୍ଥିତି ହରାଇବ ବୋଲି କହିଛନ୍ତି ପୂର୍ବତନ ରାଜନଗର ବିଧାୟକ।

ରାଜନଗରବାସୀଙ୍କୁ ନଳ ଯୋଗେ ପାନୀୟଜଳ ଯୋଗାଣ କାଗଜପତ୍ରରେ ଆଜି ସୁଧା ମାତ୍ର ୨୫ ପ୍ରତିଶତରେ ସୀମିତ ତାହା ପୁଣି ଭୂତଳଜଳ ଓ ଲବଣ ଯୁକ୍ତ ହୋଇଥିବା ବେଳେ ଜଳ,ଜୀବନ ଓ ଜୀବିକାକୁ ବିପନ୍ନ କରି ଆଞ୍ଚଳିକ, ସାମାଜିକ ଅର୍ଥନୈତିକ ଏବଂ ସଭ୍ୟତା ତଥା ପରିବେଶ ଜୀବନକୁ ବିପର୍ଯ୍ୟସ୍ତ କଲେ ଭାରତୀୟ ଜନତାପାର୍ଟି ବ୍ୟାପକ ଜନ ଆନ୍ଦୋଳନ ହାତକୁ ନେବ ବୋଲି ଦଳର ରାଜ୍ୟ ନେତୃତ୍ବ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.