ETV Bharat / state

ଲୋକାର୍ପଣ ଅପେକ୍ଷାରେ କୋଟି କୋଟି ଟଙ୍କାର ପ୍ରକଳ୍ପ, ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Dec 15, 2021, 9:30 AM IST

କେନ୍ଦ୍ରାପଡ଼ା ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ (BSKY smart health card distribution in kendrapada) । ଏଥିସହ କରିବେ ବହୁ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ । ଅଧିକ ପଢନ୍ତୁ

BSKY smart health card distribution program in kendrapda
ଲୋକାର୍ପଣ ଅପେକ୍ଷାରେ କୋଟିକୋଟି ଟଙ୍କାର ପ୍ରକଳ୍ପ,ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବି

କେନ୍ଦ୍ରାପଡ଼ା: ଜିଲ୍ଲାରେ ଆଜି(ବୁଧବାର) ଭର୍ଚୁଆଲ ମୋଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ଟାଉନ ହଲରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଘୁନନ୍ଦନ ଦାସ ଯୋଗ ଦେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟୁନ ୫୦ରୁ ଊର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଦ୍ବାରା ଜିଲ୍ଲାରେ ଥିବା ବିବିଧ ସମସ୍ୟା ଦୂର ହେବା ସହ ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜନଗର ବିଧାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ପ୍ରତ୍ୟେକ ରାସନ କାର୍ଡଧାରୀ ପରିବାରର ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ ଦେଶର ପ୍ରଥମ ରାଜ୍ୟ ଭାବରେ ପ୍ରଥମ ବୋଲି କୁହା ଯାଉଥିବା ବେଳେ ୧୮୦ଟି ଘରୋଇ ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ନେତା ।

ସେହିପରି ପଞ୍ଚାୟତ ନିର୍ବାଚନ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ ଏକ ଭେଳିକି ଆଉ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବୁଦ୍ଧିଜୀବି।ଜିଲ୍ଲାର ଲୋକସଂଖ୍ୟା ୧୭ଲକ୍ଷ ରହିଥିବା ବେଳେ ୧୧ ଲକ୍ଷ ଜନସାଧାରଣ ଏହି ସେବା ପାଇବେ ବୋଲି ପ୍ରଶାସନ ଓ ଶାସକ ଦଳ ପକ୍ଷରୁ କୁହାଯାଉଥିବା ବେଳେ ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ଜନତା ଦଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଗରିବୀକୁ ପ୍ରୋତ୍ସାହିତ କରୁଛି ଓ ଜିଲ୍ଲାର ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶରେ ବାଧକ ସୃଷ୍ଟି କରାଉଛନ୍ତି ବୋଲି କହିଛନ୍ତି ବୁଦ୍ଧିଜୀବି ।

ନିର୍ବାଚନ ଜିଣିଲା ପରେ ବିଧାୟକ ଓ ସାଂସଦ ମାନଙ୍କ ମଧ୍ୟରେ ସୁସମ୍ପର୍କ ନରହିବା ଏକ ବାର୍ଷିକ ଏଜେଣ୍ଡା ଓ ଏହାର ସ୍ପଷ୍ଟ ପ୍ରମାଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଜ୍ଞାପନ ବୋର୍ଡରେ ସାଂସଦଙ୍କ ଫଟୋ ନରହିବା ପ୍ରମାଣ କରୁଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଉଦଘାଟନ ଅପେକ୍ଷାରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ୭ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବାରୁ ସେଠାରେ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ସେନେଇ ପ୍ରଶ୍ନ ଉଠାଇବା ସହ ଅଧାଗଢା ଡାକ୍ତରଖାନା କିପରି ଲୋକଙ୍କ ପାଇଁ ସହାୟକ ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଜିଲ୍ଲାର ମୋଟ ୫୪ଟି ପ୍ରକଳ୍ପ ଉଦଘାଟନ କରିବା ସହ ମୋଟ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଉଦଘାଟନ ହେବାକୁ ଥିବା ପ୍ରକଳ୍ପର ମୂଲ୍ୟ ୨୨୦.୭୨ କୋଟି ଓ ଭିତ୍ତିପ୍ରସ୍ତର ସ୍ଥାପନ ପ୍ରକଳ୍ପର ମୂଲ୍ୟ ୧୩୬୦.୬୦ କୋଟି ବୋଲି ସୂଚନା ଦେବା ସହ ମୋଟ ୧୫୮୧.୩୨ କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଭେଟିଦେବେ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ। ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ମୋଟ ୩୮୧୭ ପରିବାରର ୧୧ଲକ୍ଷ ୫୬ ହଜାର ୪୩୩ ଜଣ ହିତାଧିକାରୀ ଲାଭ ପାଇବେ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲୋକାଭିମୁଖୀ କରିବା ସହ ଜିଲ୍ଲାରୁ ଜିଲ୍ଲା ବୁଲି ବିକାଶର ଧାରା ଜାରି ରଖିବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଭେଟି ଦେଉଥିବା ବେଳେ ବାସ୍ତବିକ ଏହି ଯୋଜନା ଓ ପ୍ରକଳ୍ପରୁ ସୁଫଳ ସାଧାରଣ ଲୋକ କିପରି ପାଇବେ ତାହା ସମୟ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.