ETV Bharat / state

ନଳକୂପରେ ଗୋଡ ଖସିଯିବାରୁ ନଳକୂପ ଭାଙ୍ଗିଲେ ଦୃବୃର୍ତ୍ତ, ଥାନାରେ ଏତଲା

ନଳକୂପରେ ଗୋଡ ଖସି ଯିବାରୁ ନଳକୂପର ଲୁହାକୁ କାଟି ନେଲେ ଦୃବୃର୍ତ୍ତ । ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନାଥସାହିର ୪୦ ପରିବାର । ଏନେଇ ପାଟକୁରା ଥାନାରେ ଏତଲା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

_public tubewell broken by miscreants
ନଳକୂପରେ ଗୋଡ ଖସିଯିବାରୁ ନଳକୂପ ଭାଙ୍ଗିଲେ ଦୃବୃର୍ତ୍ତ, ଥାନାରେ ଏତଲା
author img

By

Published : Jan 9, 2021, 11:01 PM IST

କେନ୍ଦ୍ରାପଡା: ନଳକୂପରେ ଗୋଡ ଖସି ଯିବାରୁ ନଳକୂପର ଲୁହାକୁ କାଟି ନେଲେ ଦୃବୃର୍ତ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତର୍ଗତ ଅଟାବୁହା ଗାଁରେ।

ଅଟାବୁହା ଗାଁର ନାଥ ସାହିରେ ଥିବା ନଳକୂପ ଉପରେ ନିର୍ଭର କରିଥାନ୍ତି ପ୍ରାୟ ୪୦ ପରିବାର । ଗତକାଲି ରାତିରେ ସେହି ଗାଁର କେଦାର ନାଥ ଭୋଜି ଖାଇ ନଳକୂପରେ ହାତ ଧୋଇବାକୁ ଯାଇଥିବାବେଳେ ନଳକୂପ ମୂଳରେ ଗୋଡ ଖସିଯିବାରୁ କେଦାର ସେଠାରେ ପଡିଯାଇ ଆହତ ହୋଇଥିଲେ। ଏଥିରେ ରାଗି ଯାଇ କେଦାର ନଳକୂପକୁ କାଟି ତାଙ୍କ ଘରକୁ ନେଇଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ନଳକୂପରେ ଗୋଡ ଖସିଯିବାରୁ ନଳକୂପ ଭାଙ୍ଗିଲେ ଦୃବୃର୍ତ୍ତ, ଥାନାରେ ଏତଲା

ଏନେଇ ସ୍ଥାନୀୟ ମହିଳାମାନେ ପାଟକୁରା ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପଟେ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନାଥସାହିର ୪୦ ପରିବାର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.