ETV Bharat / state

ପଦୋନ୍ନତିରୁ ବଞ୍ଚିତ କିରାଣୀଙ୍କ ଅଭିଯୋଗ, ପ୍ରମୋଶନ ପାଇଁ ଦେବାକୁ ପଡେ ଟଙ୍କା !

author img

By

Published : May 11, 2022, 9:21 PM IST

Updated : May 11, 2022, 9:28 PM IST

କେନ୍ଦ୍ରାପଡା ଚକବନ୍ଦୀ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରନ୍ତି ପ୍ରକାଶ ବେହେରା । ଦୀର୍ଘ ୩୫ ବର୍ଷ ଧରି ଚକବନ୍ଦୀ ବିଭାଗରେ କାର୍ଯ୍ୟରତ ଓ ଦଳିତ ସମ୍ପ୍ରଦାୟର ହୋଇଥିଲେ ସୁଦ୍ଧା ପଦୋନ୍ନତି ପାଇଁ ବସିଥିବା କମିଟିକୁ ଲାଞ୍ଚ ଦେଇନପାରିବାରୁ ତାଙ୍କ ପଦୋନ୍ନତି ବାତିଲ କରାଯାଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ପଦୋନ୍ନତିରୁ ବଞ୍ଚିତ କିରାଣୀଙ୍କ ଅଭିଯୋଗ, ପଦୋନ୍ନତି ପାଇଁ ଦେବାକୁ ପଡେ ଟଙ୍କା

କେନ୍ଦ୍ରାପଡା: ୧୯୮୭ ମସିହାରୁ ଚାକିରୀ ହେଲେ, ମିଳିନାହିଁ ପଦୋନ୍ନତି । କନିଷ୍ଠ କିରାଣୀ ଭାବେ ଚାକିରୀ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପଦୋନ୍ନତି ନମିଳିବାରୁ ଚକବନ୍ଦୀ ନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହୋଇଛନ୍ତି ହେଲେ କୌଣସି ଫଳ ମିଳିନାହିଁ । ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଚକବନ୍ଦୀ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିବା ପ୍ରକାଶ ବେହେରା ।

ବେହେରାଙ୍କ ଅଭିଯୋଗ ଅନୁଯାୟୀ, ସେ ଦୀର୍ଘ ୩୫ ବର୍ଷ ଧରି ଚକବନ୍ଦୀ ବିଭାଗରେ କାର୍ଯ୍ୟରତ ଓ ଦଳିତ ସମ୍ପ୍ରଦାୟର ହୋଇଥିଲେ ସୁଦ୍ଧା ପଦୋନ୍ନତି ପାଇଁ ବସିଥିବା କମିଟିକୁ ଲାଞ୍ଚ ନଦେଇପାରିବାରୁ ତାଙ୍କ ପଦୋନ୍ନତି ବାତିଲ କରାଯାଇ ତାଙ୍କଠୁ ବହୁ କନିଷ୍ଠ ଏବଂ ସମ୍ପୂର୍ଣ୍ଣ ଅଜ୍ଞ ଅଧିକାରୀ ମାନଙ୍କୁ ପଦୋନ୍ନତି ଦିଆଯାଇଛି, ଯାହାକି ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସର୍ଭିସ ରୁଲକୁ ଉଲ୍ଲଂଘନ କରୁଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି । ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତଥା ଚକବନ୍ଦୀ ଉପ ନିର୍ଦ୍ଦେଶକ, ଉପ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମିଳିତ ବୈଠକରେ ବସିଥିବା ପଦୋନ୍ନତି କମିଟି ତାଙ୍କୁ କୌଣସି କାରଣ ନଥାଇ ପଦୋନ୍ନତିରୁ ବଞ୍ଚିତ କରିଥିବା ଅଭିଯୋଗ କରିଛନ୍ତି ବେହେରା ।

ଅନ୍ୟପଟେ ପ୍ରକାଶ ଜଣେ ଅଭ୍ୟାସଗତ ନିଶାଖୋର ପ୍ରବୃତ୍ତିର ବ୍ୟକ୍ତି । ରେକର୍ଡ ଜାଲ କରିବା ଅଭିଯୋଗ ସହ ତାଙ୍କର ଏକାଧିକ ପତ୍ନୀ ଓ ପିଲା ରହିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଯେଉଁଥିପାଇଁ ପ୍ରକାଶଙ୍କ ପଦୋନ୍ନତି ନହୋଇ ତାଙ୍କୁ ସେ ବରିଷ୍ଠ କିରାଣୀ ଆସନରେ ସ୍ଥାନିତ କରାଯାଇଛି ବୋଲି କହିଛନ୍ତି ଚକବନ୍ଦୀ କାର୍ଯ୍ୟାଳୟ ବରିଷ୍ଠ କିରାଣୀ ରଞ୍ଜନ କୁମାର ସାହୁ । ପ୍ରକାଶ କାହା ନାମ ନନେଇ ଉପରିସ୍ଥ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ବେଳେ ଗଣମାଧ୍ୟମ ଆଗରେ ରଞ୍ଜନଙ୍କ ପ୍ରକାଶଙ୍କ ଉପରେ ବାକ୍ୟ ଆକ୍ରମଣ ଏବେ କେଉଁଠି ନା କେଉଁଠି ପ୍ରକାଶଙ୍କ ନିଲମ୍ବନ ପଛରେ ରଞ୍ଜନଙ୍କ ସମ୍ପୃକ୍ତିକୁ ଦର୍ଶାଉଛି । ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡିବାରୁ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଖବର ପାଇଲେ ଓ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ସରକାରୀ କାର୍ଯ୍ୟାଳୟ ତାହା ପୁଣି ଜିଲ୍ଲାଯାକର ଜମିବାଡ଼ି ଭାଗ୍ୟ ନିର୍ଦ୍ଧାରଣ କରୁଥିବା ସଂସ୍ଥାରେ କର୍ମଚାରୀ ମାନଙ୍କ ମଧ୍ୟରେ ଟଣାଓଟରା ଘଟଣାକୁ ଶୀଘ୍ର ପ୍ରଶମିତ କରିବା ଓ ପ୍ରକାଶଙ୍କ ଲାଞ୍ଚ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 11, 2022, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.